୩ କୁ ୪ ଦିନରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା
Odisha News: ୩ କୁ ୪ ଦିନରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ ସୂଚନା । ଧାନ ଚାଷୀ, ପରିବା ଚାଷୀଙ୍କୁ ଟଙ୍କା ମିଳିବ । ଏପରିକି ଯେଉଁମାନେ ବୀମା କରି ନାହାଁନ୍ତ ସେମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ ।

ସେହିପରି ୧୫ ଦିନ ମଧ୍ୟରେ ବୀମା କମ୍ପାନୀ ପଞ୍ଜୀକୃତ ଚାଷୀଙ୍କୁ ସହାୟତା ଦେବେ । ତେବେ କ୍ଷତି ଅନୁସାରେ ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଯେଉଁମାନେ ଆକଳନକୁ ବାଦ୍ ପଡିଥିଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସହାୟତା ଦିଆଯିବା ନେଇ ମଧ୍ୟ ସୂଚନା ରହିଛି ।












Click it and Unblock the Notifications