Plus Three Result: ଆଜି ପ୍ରକାଶ ପାଇବ +୩ ନାମଲେଖା ମେଧା ତାଲିକା

+୩ ନାମଲେଖା ପାଇଁ ମେଧା ତାଲିକା ଆଜି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍‌ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ ନାମଲେଖା ଫି' ଜମା କରିବା ସହ ନାମଲେଖାଇ ପାରିବେ।

ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ୨୨ ତାରିଖରେ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୨୫ ତାରିଖ ମଧ୍ୟରେ ଫି' ଜମା କରି ନାମଲେଖାଇ ପାରିବେ। ସେହିପରି ଜୁଲାଇ୧ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଓ ଚୟନ ହୋଇଥିବା ଛାତ୍ରୀଛାତ୍ର ୪ ତାରିଖ ସୁଦ୍ଧା ନାମଲେଖା ଫି' ଜମା ସହ ନାମଲେଖାଇବେ। ଏହାପରେ ବଳକା ସିଟ୍‌ରେ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ଆବେଦନ ହେବ। ଏଥିପାଇଁ ପିଲାମାନେ ଜୁଲାଇ ୭ରୁ ୧୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ କରିବେ।

3 merit list to be published today

୧୨ ତାରିଖରେ ଇ-ସ୍ପେସ୍‌ରେ ମେଧା ତାଲିକା ପ୍ରକାଶ ପାଇବ ଓ ୧୩ ତାରିଖରେ ଚୟନ ହୋଇଥିବା ଉଚ୍ଚଶିକ୍ଷାନୁଷ୍ଠାନର ନୋଟିସ୍‌ ବୋର୍ଡରେ ତାଲିକା ପ୍ରକାଶ ପାଇବ। ସେମାନେ ୧୪ରେ ନାମଲେଖା ଫି' ଜମା କରିବା ସହ ୧୫ରେ ନାମଲେଖାଇବେ। ଜୁଲାଇ ୧୦ରୁ +୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ଆଗ୍ରହୀ ଥିଲେ ଛାତ୍ରୀଛାତ୍ରମାନେ ଫ୍ରିଜ୍‌ ଅପସନ୍‌ ଦେବେ। ଅନ୍ୟଥା ସ୍ଲାଇଡ୍‌ ବା ଫ୍ଲଟ୍‌ ଅପସନ୍‌ ଦେଇପାରିବେ। ଫ୍ରିଜ୍‌ ଅପସନ୍‌ ଦେଇଥିବା ଛାତ୍ରୀଛାତ୍ର କଲେଜକୁ ଯାଇ ନାମଲେଖାଇବେ। ସ୍ଲାଇଡ୍‌ ବା ଫ୍ଲଟ୍‌ ଅପସନ୍‌ ଦେଲେ କଲେଜକୁ ନ ଯାଇ କେବଳ ଅନ୍‌ଲାଇନ୍‌ରେ ଫି' ଜମା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+