Get Updates
Get notified of breaking news, exclusive insights, and must-see stories!

ନବ ନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ମୋ ସ୍କୁଲ୍ କାର୍ଯ୍ୟାଳୟ ପରିଦର୍ଶନ, ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି) ପକ୍ଷରୁ ଆୟୋଜିତ ହୋଇଛି ।

ଗତ ସୋମବାରଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ୯୬ ଜଣ ଶିକ୍ଷକ-ପ୍ରଶିକ୍ଷକ 'ମୋ ସ୍କୁଲ୍ ଅଭିଯାନ'ର ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେମାନଙ୍କୁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ, 'ମୋ ସ୍କୁଲ୍‌'ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଯାଇଥିଲା ।

Odisha

ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ, ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ, ଆକାଂକ୍ଷୀ ପାଠ୍ୟକ୍ରମ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । 'ମୋ ସ୍କୁଲ୍‌' ଜରିଆରେ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ିହୋଇ ଏହାର ସର୍ବାଙ୍ଗୀନ ବିକାଶ କରୁଛନ୍ତି । ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆସିଛି । ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହ ଆକାଂକ୍ଷୀ ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଭାର ବିକାଶ କରାଯାଉଛି ।

ସେହିପରି ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ ତଥା ପୁରସ୍କୃତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ପ୍ରଚଳନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ ଉପରେ ନବ ନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକମାନଙ୍କୁ ଦିଗ୍‌ଦର୍ଶନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ 'ମୋ ସ୍କୁଲ'ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍ ଜେନା, କାର୍ଯ୍ୟକ୍ରମ ଉପ-ନିର୍ଦ୍ଦେଶିକା ସସ୍ମିତା ମାଳି, ଟିଇ ଆଣ୍ଡ ଏସ୍‌ସିଇଆର୍‌ଟିର ସହକାରୀ ନିର୍ଦ୍ଦେଶକ ଡ. ସୁଦର୍ଶନ ସାନ୍ତରା, 'ମୋ ସ୍କୁଲ'ର କାର୍ଯ୍ୟକ୍ରମ ଅଧିକାରୀ (ପରିଚାଳନା) ଅବିନାଶ ଶତ୍‌ପଥୀ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+