Get Updates
Get notified of breaking news, exclusive insights, and must-see stories!

ଗାଡ଼ିରେ ଲଗାଇଛନ୍ତି ତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ? ନଚେତ୍....

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ । ଏଣିକି ଧାର୍ଯ୍ୟ ସମୟ ଭିତରେ ଯଦି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିବ ତେବେ ଏଥିପାଇଁ ଫାଇନ ଗଣିବାକୁ ପଡିବନି ।

ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ । ଏଣିକି ଧାର୍ଯ୍ୟ ସମୟ ଭିତରେ ଯଦି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିବ ତେବେ ଏଥିପାଇଁ ଫାଇନ ଗଣିବାକୁ ପଡିବନି । କିନ୍ତୁ ଏଥିପାଇଁ ଧାର୍ଯ୍ୟ ସମୟ ଭିତରେ ଗାଡି ମାଲିକଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିବାକୁ ପଡିବ । ବୁକିଂ କରିଥିଲେ ଆଉ ଦେବାକୁ ପଡ଼ିବନି ଫାଇନ୍‌। ବୁକିଂ ସ୍ଲିପ ଦେଖାଇ ଯାଇପାରିବେ। ନମ୍ବର ପ୍ଲେଟ୍‌ ଲଗାଇନଥିଲେ ବୁକିଂ କରିଥିବା ସ୍ଲିପ୍ ଦେଖାଇବାକୁ ପଡ଼ିବ।

 High Security Number Plate

ଯେହେତୁ ଡେଡଲାଇନ ସରିଆସୁଛି ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ ବୁକିଂ କରୁଛନ୍ତି । ଯାହାଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକଙ୍କୁ ସ୍ଲଟ ମିଳିପାରୁନାହିଁ । ତେଣୁ ଲୋକେ ଚେକିଂକୁ ନେଇ ଆଶଙ୍କାରେ ରହିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

୧,୨, ୩ ଓ ୪ ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି (ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ)। ନମ୍ବର ଶେଷ ଅଙ୍କ ୫/୬ ଥିଲେ ଡେଡ୍ ଲାଇନ୍ ଅକ୍ଟୋବର ୩୧ । ୭/୮ରେ ସରୁଥିଲେ ନଭେମ୍ବର ୩୦ । ୯/୦ ପାଇଁ ଡିସେମ୍ବର ୩୧ ।

ଆଗରୁ କଣ ଥିଲା ନିୟମ:

ସରକାର ଜାରି କରିଥିବା ନିୟମ ଅନୁସାରେ, ଯେଉଁ ଗାଡିର ନମ୍ବର ପ୍ଲେଟ୍ ୧, ୨, ୩ କିମ୍ବା ୪ରେ ଶେଷ ହେଉଛି, ସେହି ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ । ଏହାସହ ୫ ଓ ୬ ନମ୍ବରରେ ଶେଷ ହେଉଥିବା ଗାଡି ପାଇଁ ବି ଅକ୍ଟୋବର ୩୧ ରହିଛି ଶେଷ ତାରିଖ। ଏହାସହ ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେଇ ଗାଡି ଚାଳକମାନେ ନଭେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ନହେଲେ ଫାଇନ୍‌ ଦେବେ । ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ।

ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+