ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ ବଂଶଲ

ଓଡ଼ିଶାର ନୂଆ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ସେ କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଭୁବନେଶ୍ୱର: ଓଡ଼ିଶାର ନୂଆ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ସେ କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୋଲିସ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ।

Police DG

୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ୟ୍ୟରତ ଥିଲେ । ୧୯୯୪ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଦୀର୍ଘ ୨୭ ବର୍ଷ ପରେ ପୁଣି ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିବାକୁ ଯାଉଛନ୍ତି । ୨୦୧୯ ଡିସେମ୍ୱର ୯ ତାରିଖରୁ ଶ୍ରୀ ଅଭୟ ଓଡିଶା ପୋଲିସ ବିଭାଗର ମୁଖ୍ୟ ପଦ ଗ୍ରହଣ କରିଥିଲେ । ଡିସେମ୍ୱର ୩୧ ତାରିଖରେ ସେ ଅବସର ଗ୍ରହଣ କରୁଛନ୍ତି । ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ସୁନୀଲ ବଂଶଲଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ଡିଜିପି ସୁନୀଲ ବଂଶଲ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ସେବାକୁ ପ୍ରାଥମିକ ଗୁରୁତ୍ୱ ଦେବି। ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଅର୍ଜନ କରିଥିବା ସୁନାମକୁ ବଜାୟ ରଖାଯିବ। ମୁଖ୍ୟମନ୍ତ୍ରୀ ମୋ ଉପରେ ରଖିଥିବା ଭରସା ଭଲ ଭାବେ ତୁଲାଇବି। ମହିଳା ଓ ବରିଷ୍ଠ ନାଗରିକଙ୍କୁ ବନ୍ଧୁଭାବାପନ୍ନ ବ୍ୟବହାର ଉପରେ ଗୁରୁତ୍ୱ ଦେବି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+