ଆସିଲା ସେପ୍ଟେମ୍ୱର ଗାଇଡଲାଇନ, ହଟିଲା ସପ୍ତାହାନ୍ତ ସଟଡାଉନ୍
ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ SRC । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଭୁବନେଶ୍ବର: ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କଲେ SRC । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବନି । ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଯାଏଁ ରହିବ ।

ସେହିପରି ସକାଳ ୫ଟାରୁ ରାତି ୧୦ ଯାଏଁ ମଲ, ଦୋକାନ ବଜାର ଖୋଲିପାରିବ । ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ରୋଷଣୀ ବା ବର ଶୋଭାଯାତ୍ରାରେ ସର୍ବାଧିକ ୫୦ଜଣ ଲୋକ ବ୍ୟାଣ୍ଡ-ବାଜା ବଜାଇ ଯାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ମଲ, ସିନେମା ହଲ ଖୋଲା ରହିବ । ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିବ। ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ।
ତେବେ ନାଇଟକର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ । ଓଲା ଓ ଉବେର ମଧ୍ୟ ଚାଲିପାରିବ । ଏପରିକି ଟ୍ରେନ ଓ ବସରେ କେଉଁଆଡେ ଯାଉଥିଲେ ଟ୍ରେନ୍ ଟିକେଟ ଦେଖାଇ ଯାଇପାରିବେ । ହୋମ ଡେଲିଭରୀ ହୋଇପାରିବ କିନ୍ତୁ ସାଧାରଣ ଚଳପ୍ରଚଳ ଉପରେ କଟକଣା ପୂର୍ବଭଳି ରହିବ ।












Click it and Unblock the Notifications