ଜାନୁଆରୀରେ ବାହା ହେଉଛନ୍ତି କି ? ଜାଣନ୍ତୁ, କଣ ରହିଛି ନୂଆ ଗାଇଡଲାଇନ୍...
ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ସେହିଭଳି ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି । ପୂର୍ବରୁ ବାହାଘରରେ ୨୫୦ ଜଣଙ୍କୁ ଅନୁମତି ମିଳିଥିଲା ।
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି କୋଭିଡ୍ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ସହ ବାହାଘରକୁ ନେଇ ନୂଆ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

ବିଭିନ୍ନ କଟକଣା ସହ ଗାଇଡଲାଇନ ଜାରି କରାଯାଇଛି । ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ସେହିଭଳି ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି । ପୂର୍ବରୁ ବାହାଘରରେ ୨୫୦ ଜଣଙ୍କୁ ଅନୁମତି ମିଳିଥିଲା । ଏହାସହ ବାହାଘର ଶୋଭାଯାତ୍ରାକୁ ନେଇ ମଧ୍ୟ କଟକଣା ଲଗାଇଛନ୍ତି ସରକାର । ବାହାଘର ଶୋଭାଯାତ୍ରାରେ ମାତ୍ର ୩୦ ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର । ଏହି ୩୦ ଜଣଙ୍କ ମଧ୍ୟରେ ବରଯାତ୍ରୀ, ବାଜା, ଲାଇଟ ମ୍ୟାନ ରହିବେ । ଏହାଠାରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ ।
ସେହିଭଳି ଆବଦ୍ଧ ଗୃହ ମଧ୍ୟରେ ବାହାଘର ହେଉଥିଲେ ଗୃହର କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ । କିନ୍ତୁ ଏହା ୧୦୦ରୁ ଅଧିକ ହେବନି । ଏହାବାଦ୍ ପୂର୍ବରୁ ବାହାଘର ପାଇଁ ଲାଗିଥିବା କଟକଣା ଜାରି ରହିବ ।












Click it and Unblock the Notifications