ସମ୍ଭାବ୍ୟ ବନ୍ୟା ପାଇଁ ରାଜ୍ୟରେ ମୁତୟନ ହେଲେ NDRF ଟିମ୍
ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୁତୟନ କରାଯାଇଛି ୬ଟି ଏନଡିଆରଏଫ୍ ଟିମ୍ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍ ପଠାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୁତୟନ କରାଯାଇଛି ୬ଟି ଏନଡିଆରଏଫ୍ ଟିମ୍ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍ ପଠାଯାଇଛି । ଯବାନମାନେ ରିଲିଫ୍, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ ।

କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା NDRF ପକ୍ଷରୁ କୁହାଯାଇଛି। ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି ।
ସେପଟେ କଟକ ଜିଲ୍ଲା ମୁଣ୍ଡଳିରେ ଆଜି ସକାଳେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ । ଏହି ସମୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ସେହିପରି ବନ୍ୟା ସ୍ଥିତି ଦେଖି ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବା ବେଳେ ଏବେସୁଧା ବ୍ରାହ୍ମଣୀ ନଦୀରେ ୩ଟି ଓ ଖୋର୍ଦ୍ଧାରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।












Click it and Unblock the Notifications