ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ୨ଟି ୱାଲାବି ଓ ପ୍ରଥମ ଥର ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଲେ । ପ୍ରାୟ ୩୫ ବର୍ଷ ପରେ ଦୁଇ ୱାଲାବି ଆସିଛନ୍ତି ଯାହା ମଧ୍ୟରୁ ଗୋଟିଏ ଅଣ୍ତିରା ଓ ଗୋଟିଏ ମାଈ ଥିବା ନେଇ ସୂଚନା ରହିଛି । ତେବେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏହି ନୂଆ ଜୀବଜନ୍ତୁ ଅଣାଗଲା ।

୨୯ ତାରିଖରେ ନନ୍ଦନକାନନର ପ୍ରତିଷ୍ଠା ଦିବସ ରହିଛି । ଏହି ଦିନ ୪ ନୂଆ ଜୀବଜନ୍ତୁଙ୍କୁ ଦେଖି ପାରିବେ ପର୍ଯ୍ୟଟକ । ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଆଇଜଲ ଜୁଲୋଜିକାଲ ଚିଡିଆଖାନାରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସିଥିଲେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଚଳିତ ବର୍ଷ ଅଗଷ୍ଟ ମାସରେ ଆଖି ବୁଜିଥିଲା 9 ମାସର ସିଂହ ଶାବକ । ଦୀର୍ଘ ଦିନ ଅସୁସ୍ଥ ଥିଲା, ଯାହା ପରେ ସିଂହ ଶାବକର ମୃତ୍ୟୁ ହୋଇଥିଲା । ଏହା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହୋଇଛି । ତେବେ ୯ ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ । ୫ଟି ଯାକ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଛି ।












Click it and Unblock the Notifications