ନନ୍ଦନକାନନ ଆସିଲେ ନୂଆ ଅତିଥି: ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆସିଲେ ହୁଲକ୍ ଗିବନ ଓ ଲିଓପାର୍ଡ କ୍ୟାଟ
ଭୁବନେଶ୍ୱର : ନନ୍ଦନକାନନ ଆସିଲେ ନୂଆ ଅତିଥି। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ଏହି ଦୁଇ ପ୍ରାଣୀ। ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିଛି ନନ୍ଦନକାନନ ପ୍ରଣୀ ଉଦ୍ୟାନ।
୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି।

ସେଣ୍ଟ୍ରାଲ୍ ଜୁ' ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଥିଲେ। ସେମାନେ ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।
ସୂଚନାଯୋଗ୍ୟ,ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍ର ମିଳନରୁ ଜନ୍ମ ହୋଇଥିଲା। ସେହିପରି ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମ ହୋଇଥିଲା।












Click it and Unblock the Notifications