ପୁଣି ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। ବଡ଼ ବୋମା ଭଳି ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ଥରିଲା ସମଗ୍ର ଅଞ୍ଚଳ ।

Mysterious Loud Sound

ଭୁବନେଶ୍ବର: ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। ବଡ଼ ବୋମା ଭଳି ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ଥରିଲା ସମଗ୍ର ଅଞ୍ଚଳ । ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା ଭୟରେ ଲୋକାମନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । ପ୍ରଚଣ୍ଡ ଶବ୍ଦରେ ଭଦ୍ରକ ସହର, ଧାମନଗର, ବାସୁଦେବପୁର। ବାଲେଶ୍ବର ସହରର ଆଖପାଖ ଅଞ୍ଚଳ ଏବଂ ସୁନ୍ଦରଗଡ଼ର ବଣାଇ ଓ କୋଇଡ଼ାରେ ମଧ୍ୟ ଶୁଭିଛି । ତେବେ ଏହି ଶବ୍ଦର କାରଣ ଅସ୍ପଷ୍ଟ ରହିଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ହୋଇଛି । ବାରମ୍ବର ଏଭଳି ଘଟଣା ଘଟୁଥିବା ବେଳେ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ । ପୂର୍ବରୁ ବାଲେଶ୍ୱର ଏବଂ ବାରିପଦାରେ ପ୍ରଚଣ୍ଡ ଶବ୍ଦ ଶୁଭି ଥିବାର ସୂଚନା ମିଳିଥିଲା । ଯାହା ଫଳରେ ଲୋକମାନେ ଭୟଭିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ ।

ସେହିପରି ଏହା ପୂର୍ବରୁ ଗତବର୍ଷ ନଭେମ୍ବର ୨୪ ତାରିଖ ସମୟ ସକାଳ ୧୦.୪୫ ରେ ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଣିବାକୁ ମିଳିଥିଲା ଏହିପରି ପ୍ରଚଣ୍ଡ ଶବ୍ଦ । ତେବେ ଶବ୍ଦକୁ ନେଇ ଗୁଜବ ବି ପ୍ରଚାର ହୋଇଥିଲା । କିଏ କହିଥିଲା ଭୂମିକମ୍ପ ତ ଆଉ କିଏ କହିଲା ବିମାନ ଖସି ପଡ଼ିଲା । ହେଲେ ସେସବୁ ଗୁଜବ ଥିଲା ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କାହିଁକି ହେଲା ଏହା‌ର କାରଣ ଅସ୍ପଷ୍ଟ ରହିଗଲା ।

ତେବେ ଏହି ଶବ୍ଦ ପ୍ରକୃତରେ କ'ଣ ଥିଲା ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀ ଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+