ଓଡିଶା ପୌର ନିର୍ବାଚନ: ପ୍ରରମ୍ଭିକ ଟ୍ରେଣ୍ଡ ବିଜେଡ଼ି ସପକ୍ଷରେ, ବିଜେପି ଦ୍ଵିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ
ଭୁବନେଶ୍ବର: ପୌର ନିର୍ବାଚନର ଆଜି ଭୋଟ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଶାସକ ବିଜୁ ଜନତା ଦଳ ପୁଣି ଠାରେ ବାଜିମାତ କରିବାକୁ ଯାଉଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ ନିର୍ବାଚନ ହୋଇଥିବା 106 ପୌରାଞ୍ଚଳ ମଧ୍ୟରୁ 73ଟି ସହରରେ ବିଜୁ ଜନତା ଦଳ ଆଗୁଆ ରହିଛି। ଅର୍ଥାତ ଏହି ସବୁ ସହରରେ ପୌରଧ୍ୟକ୍ଷ ପଦବୀ ବିଜେଡ଼ି ହାତକୁ ଯିବ। ଭାରତୀୟ ଜନତା ପାର୍ଟି ବିଜେଡ଼ିର ବହୁ ପଛରେ ରହି ମାତ୍ର 17ଟି ସହରରେ ଆଗୁଆ ରହିଛି। ସେହିପରି କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। ରାଜ୍ୟର କେବଳ 6 ଗୋଟି ପୌର ଅଞ୍ଚଳରେ କଂଗ୍ରେସ ଆଗୁଆ ରହିଛି।

ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟର ଧାରାକୁ ବଜାୟ ରଖିଛି ଶାସକ ବିଜୁ ଜନତା ଦଳ। ତେବେ ବର୍ତ୍ତମାନ ପ୍ରାରମ୍ଭିକ ତଥ୍ୟ ଆସୁଛି, କିଛି ସମୟ ପରେ ଆହୁରି ସ୍ପଷ୍ଟ ହେବ ଚିତ୍ର।












Click it and Unblock the Notifications