ଆଜି ପୌର ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ
ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ କମ୍ପୁଛି ରାଜଧାନୀ । ଶେଷ ଦିନରେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ପ୍ରାର୍ଥୀ ।
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ କମ୍ପୁଛି ରାଜଧାନୀ । ଶେଷ ଦିନରେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ପ୍ରାର୍ଥୀ । ଭୋଟରଙ୍କ ସମର୍ଥନ ପାଇଁ ମଇଦାନରେ କସରତ କରୁଛନ୍ତି ହେଭିଓ୍ବେଟ ।

ଜନ ସମର୍ଥନ ସାଉଁଟିବାକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ଜୋରଦାର ଚାଲିଛି କ୍ଯାମ୍ପେନିଂ । ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଇଦାନରେ ପୁରା ଦମ୍ ଲଗାଇଦେଇଛନ୍ତି। ମହାନଗର ନିଗମ ନିର୍ବାଚନ ପାଇଁ ଏବେ ସହର ରାଜନୀତି ଚଳଚଞ୍ଚଳ ହୋଇପଡିଛି। ଘରକୁ ଘର ବୁଲିବା ସହ, ପାର୍କ, ହାଟ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନ, ଚା ଖଟିରେ ପ୍ରଚାର ଜମୁଛି। ନିଜ ନିଜ ସମର୍ଥକଙ୍କ ସହ ପଦଯାତ୍ରା, ରାଲି କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପ୍ରଚାରରେ କଂପୁଛି ବଜାର ଘାଟ ଗଳି କନ୍ଦି । ସମର୍ଥକଙ୍କୁ ଧରି ପ୍ରଚାରରେ ବ୍ୟସ୍ତ ପ୍ରାର୍ଥୀ । ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ ।
ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ୱାର୍ଡ ପରିକ୍ରମା କରି ପ୍ରଚାର କରୁଛନ୍ତି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଭିନ୍ନ ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ରୋଡ ଶୋ' କରିଛନ୍ତି ବିଜେଡି ମେୟର ପ୍ରାର୍ଥୀ ।












Click it and Unblock the Notifications