ତିନି ମେୟର ଆସନ ଅକ୍ତିଆର କଲା ବିଜେଡ଼ି
ଭୁବନେଶ୍ବର: ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ଦଖଲ କଲା ବିଜୁ ଜନତା ଦଳ। ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବରିଷ୍ଠ ନେତା ସୁବାସ ସିଂହ ଏବଂ ବ୍ରହ୍ମପୁରରେ ପୁରୁଣା ବିଜେଡ଼ି ନେତ୍ରୀ ସଙ୍ଘମିତ୍ର ଦଳେଇ ନିର୍ବାଚନ ବିଜୟୀ ହୋଇ ପୁଣି ଠାରେ ଟାଣ କରିଛନ୍ତି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ।

କଟକ ମହାନଗର ନିଗମରେ ମେୟର ପ୍ରାର୍ଥୀଙ୍କ ପାଇଁ ଭୋଟ ଗଣତି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଗିରିବାଲା ମହାନ୍ତି ଏଠାରେ ତୃତୀୟ ରାଉଣ୍ଡ ସୁଦ୍ଧା ଆଗୁଆ ରହି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତୃତୀୟ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ବିଜେଡ଼ିର ସୁବାସ ସିଂହଙ୍କ ଠାରୁ ପ୍ରାୟ 900 ଭୋଟ ଅଗରେ ରହି କଡା ଟକ୍କର ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଏକ ଲକ୍ଷ ଛଅ ହଜାର ଭୋଟ ପାଇଥିବା ବେଳେ ବିଜେପି 70 ହଜାର ଭୋଟ ପାଇଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଭୁବନେଶ୍ବରରେ ସାତ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ବ୍ରହ୍ମପୁରରେ ବିଜେଡ଼ିର ମେୟର ପ୍ରାର୍ଥୀ 66ହଜାର ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ 45 ହଜାର ଭୋଟ ପାଇଛନ୍ତି। ସେହିପରି କଟକରେ ଭୋଟ ଗଣତି ଆହୁରି ଜାରି ରହିଛି, ତେବେ ସବିଶେଷ ସୂଚନା ଅନୁସାରେ ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ସୁବାସ ସିଂହ ଆଗୁଆ ରହିଛନ୍ତି।












Click it and Unblock the Notifications