ପୌର ନିର୍ବାଚନ: କମ୍ପୁଛି ପ୍ରଚାର ମୈଦାନ, ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ
ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା ଆସିବା ପରେ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର ।
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା ଆସିବା ପରେ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି । ସହରୀ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସବୁ ଦଳ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଛନ୍ତି । ହେଭିୱେଟ୍ ନେତାମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ । ଏହାବ୍ୟତୀତ ଫେସବୁକ୍, ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ପ୍ଳାଟଫର୍ମ ଗୁଡ଼ିକର ବି ଭରପୁର ଉପଯୋଗ କରାଯାଉଛି । ତାଛଡ଼ା ଲୋକପ୍ରିୟ ସଂଗୀତର ଧୁନ୍ରେ ପ୍ରସ୍ତୁତ ହେଉଛି ନିର୍ବାଚନୀ ଗୀତ ।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । ବିଶେଷକରି ତିନି ଦଳର ମେୟର ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି ରାଜଧାନୀରେ ଲାଗି ରହିଥିବା ଡ୍ରେନ ଓ ସ୍ୱରେଜ ସମସ୍ୟା । କାରଣ ମୁକୁଳା ଡ୍ରେନ୍ ଯୋଗୁଁ ବାରମ୍ବାର ଅଘଟଣ ଘଟୁଥିବା ବେଳେ ଅସରାଏ ବର୍ଷାରେ ବିଭିନ୍ନ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି । ତେବେ ପ୍ରାର୍ଥୀମାନେ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ।
ବିଶେଷକରି ତିନି ଦଳର ମେୟର ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି । ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ଶୋଭାଯାତ୍ରା କରିବା ସହ ଘର ଘର ବୁଲି ଭୋଟ ମାଗୁଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପାର୍କରେ ବୁଲି ଲୋକଙ୍କ ସହ କଥା ହୋଇଛନ୍ତି ।
ସେପଟେ ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।
ତେବେ ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକାରେ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ୍ ୫୬୯ ପ୍ରାର୍ଥୀ ମୈଦାନରେ ଥିବା ବେଳେ କାଉନ୍ସିଲର୍ ଓ କର୍ପୋରେଟର୍ ଲାଗି ରହିଲେ ୫ ହଜାର ୮୪୨ ପ୍ରାର୍ଥୀ ।
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications