ପୌର ଫଳାଫଳ: କେମିତି ହେବ ଭୋଟ୍ ଗଣତି ? ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ
ଆସନ୍ତାକାଲି ପୌର ଭୋଟ୍ ଗଣତି ନେଇ SEC ସଚିବଙ୍କ ସୂଚନା । ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏଁ ଟେବୁଲ। ମେୟର ଭୋଟ୍ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ।
ଭୁବନେଶ୍ୱର: ଆସନ୍ତାକାଲି ପୌର ଭୋଟ୍ ଗଣତି ନେଇ SEC ସଚିବଙ୍କ ସୂଚନା । ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏଁ ଟେବୁଲ। ମେୟର ଭୋଟ୍ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ। ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୨ ସହଯୋଗୀ ରହିବେ। ମ୍ୟୁନିସିପାଲିଟିରେ ୫ଟି ଏବଂ ଏନ୍ଏସିରେ ୨ଟି ଲେଖାଏ ଟେବୁଲ ପାଇଁ ବ୍ୟବସ୍ଥା ହୋଇଛି ।

ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା କରାଯିବ। ପ୍ରଥମେ ନିର୍ବାଚନରେ ନିୟୋଜିତ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି ହେବ। ଏହାପରେ ଇଭିଏମ୍ ଭୋଟ୍ ଗଣତି କରାଯିବ। ଧାମନଗର ଏନ୍ଏସିରେ ଭୋଟ୍ ଗଣତି ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ତାଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିୟୋଜିତ ରହିବେ । ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ । ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ । ଏଜେଣ୍ଟ ହେବାକୁ ଚାହୁଁଥିଲେ ସନ୍ଧ୍ୟା ୫ଟା ଭିତରେ ବାୟୋଡାଟା ଦେବେ । ସ୍ଥାନୀୟ ଇଲେକ୍ସନ ଅଫିସରଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦେବାକୁ ପଡ଼ିବ । ଭୋଟ୍ ଗଣତିର ପୂରା ପ୍ରକ୍ରିୟା ସିସିଟିଭି ନଜରରେ ରହିବ ।












Click it and Unblock the Notifications