ଧାମନଗର ଏନଏସି ଦଖଲ କଲା ବିଜେଡି
ବିଜେଡି ଦଖଲରେ ଭଦ୍ରକ ଧାମନଗର ଏନଏସି । ଧାମନଗରରେ ବିଜୟ ଲାଭ କଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ନିବେଦିତା ।
ଭଦ୍ରକ: ବିଜେଡି ଦଖଲରେ ଭଦ୍ରକ ଧାମନଗର ଏନଏସି । ଧାମନଗରରେ ବିଜୟ ଲାଭ କଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ନିବେଦିତା । ଧାମନଗର ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ଲାଭ କରିଛି । ଯେଉଁଠି ବିଜେପିକୁ କେବଳ ୨ଟି ସିଟ୍ ମିଳିଛି ।

ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ମତଦାନ ପରେ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ମତଗଣନା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂର୍ବରୁ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିବାରୁ ଗତକାଲି ଧାମନଗରର ୪ଟି ୱାର୍ଡରେ ଥିବା ୬ଟି ବୁଥ୍ରେ ସାନି ମତଦାନ ହୋଇଥିଲା ।
ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍ର ଗଣତିକୁ ବନ୍ଦ କରାଯାଇଥିଲା ।












Click it and Unblock the Notifications