ଜମୁଛି ପୌର ନିର୍ବାଚନ ପ୍ରଚାର, କମ୍ପୁଛି ସହରର ଗଳିକନ୍ଦି

ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ଜୋରଦାର କରିଛନ୍ତି । ସଭା ସମିତିରେ କମ୍ପୁଛି ସହର ।

ଭୁବନେଶ୍ୱର: ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ଜୋରଦାର କରିଛନ୍ତି । ସଭା ସମିତିରେ କମ୍ପୁଛି ସହର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ପର୍ଯ୍ୟନ୍ତ ତାତିଲାଣି ସହର ।

Odisha Municipal Election

ପଞ୍ଚାୟତରେ ସୁପର ସୋକୁ ନେଇ ବିଜେଡି ଉତ୍ସାହିତ ଥିବା ବେଳେ ଆଶା ଛାଡିନି ବିଜେପି । ମୋଦିଙ୍କ କ୍ରେଜ୍ କାମ ଦେବ, ସହରୀ ଭୋଟର ଦଳକୁ ସମର୍ଥନ ଦେବେ ବୋଲି ବିଜେପି ଆଶା ରଖିଛି । ତେବେ ପଞ୍ଚାୟତ ଝଟ୍‌କା ପରେ କଂଗ୍ରେସ ଶିବିରରେ ସଂପୂର୍ଣ୍ଣ ନିରାଶା ।

ତେବେ ପୌର ନିର୍ବାଚନ ପ୍ରଚାରର ଆଗରେ ରହିଛି ବିଜୁ ଜନତା ଦଳ । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ଦଳ । ୩ ଟି ମହାନଗର ନିଗମ ଓ ସମସ୍ତ ପୌରାଞ୍ଚଳ ବିଜେଡି ଦଖଲ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି । ପଞ୍ଚାୟତରେ ପ୍ରତ୍ୟାଖିତ ହେବା ପରେ ପୌରରେ ଭଲ କରିବ ବୋଲି ଆଶା ବାନ୍ଧିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଓ ଜାତୀୟସ୍ତରର ନେତାଙ୍କୁ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇବା ପାଇଁ ବିଜେପି ଯୋଜନା କରିଛି । ସେହିପରି କଂଗ୍ରେସ ପୌରରେ ଦ୍ବିତୀୟ ସ୍ଥାନରେ ରହିବା ନେଇ ନିଜର ରଣନୀତି ପ୍ରସ୍ତୁତ କରି ପ୍ରଚାର କରୁଛି ।

୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । କୋରାପୁଟରେ ତେବେ କଂଗ୍ରେସର ମଙ୍ଗ ଧରିଛନ୍ତି ଜୟପୁର ବିଧାୟକ ତାରା ବାହିନିପତି । ଲୋକଙ୍କ ନିକଟତର ହେବାକୁ କାହାକୁ ଆଲିଙ୍ଗନ କରୁଛନ୍ତି, କେତେବେଳେ ନାଚୁଛନ୍ତି ତ କାହାର ଗୋଡ଼ ଛୁଇଁ ଭୋଟ ଭିକ୍ଷା କରୁଛନ୍ତି ବିଧାୟକ । ଲୋକଙ୍କ ସମର୍ଥନ ରହିଛି ତେଣୁ ନିଶ୍ଚିତ ଜିତିବୁ ବୋଲି କହିଛନ୍ତି ତାରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+