ପୌର ଫଳାଫଳ: ୩ ମହାନଗରର ମହାଲଢେଇରେ ବାଜିମାତ୍ କଲା ବିଜେଡି
ରାଜ୍ୟ 3 ମହାନଗର ନିଗମରେ ବିଜେଡି ପ୍ରାର୍ଥୀମାନେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର 3 ମହାନଗର ନିଗମ ସିଟ୍ ଅକ୍ତିଆର କରିଛି ବିଜେଡି ।
ଭୁବନେଶ୍ୱର: ଧିରେ ଧିରେ ସ୍ପଷ୍ଟ ହେଉଛି ପୌର ନିର୍ବାଚନ ଫଳାଫଳ । ପଞ୍ଚାୟତ ଫଳାଫଳ ମଧ୍ୟରେ ପୌରରେ ଦୋହରାଇଛି ଶାସକ ବିଜେଡି । ନିର୍ବାଚନ ହୋଇଥିବା 106 ମ୍ୟୁନିସିପାଲିଟି/ ଏନ୍ଏସିରୁ ବିଜେଡି ଖାତକୁ ଯାଇଛି 74ଟି ଆସନ । ସେହିପରି ବିଜେପିକୁ ମିଳିଛି 16, କଂଗ୍ରେସକୁ 7 ଓ ଅନ୍ୟାନଙ୍କ 9 ଆସନ ମିଳିଛି ।

ଅନ୍ୟପଟେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ତଥା ପୂର୍ବାନୁମାନ କରଯାଉଥିବା କଥାଟି ଯେ, ରାଜ୍ୟ 3 ମହାନଗର ନିଗମରେ ବିଜେଡି ପ୍ରାର୍ଥୀମାନେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର 3 ମହାନଗର ନିଗମ ସିଟ୍ ଅକ୍ତିଆର କରିଛି ବିଜେଡି ।
ବ୍ରହ୍ମପୁରର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ହଜାର ୨୬୩ ଭୋଟ୍ ବ୍ୟବଧାନରେ ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ସେହିପରି ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୧ଲକ୍ଷ ୩୯ ହଜାର ୪୮୮ ଭୋଟରେ ଆଗୁଆ ରହିଥିବାବେଳେ ବିଜେପିର ସୁନୀତି ମୁଣ୍ଡ୍ ୯୩ ହଜାର ୮୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୯ ହଜାର ୨୬୨ ଖଣ୍ଡ ଭୋଟରେ ଆଗେଇ ଚାଲିଛନ୍ତି ।
"ଭୁବନେଶ୍ୱରବାସୀ ପୁଣି ଥରେ ନବୀନ ବାବୁଙ୍କ ନେତୃତ୍ୱ ଓ ବିଜୁ ଜନତା ଦଳ ପ୍ରତି ଆସ୍ଥା ରଖିଛନ୍ତି। ସେଥିପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ। ମୋର ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କୁ ଦେବି। ଯିଏ ମୋତେ ଭୁବନେଶ୍ୱରବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ଦଳର ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଅହୋରାତ୍ର କାମ କରି ଏହି ବିଜୟ ଆଣିଦେଇଛନ୍ତି। " ବୋଲି ଏହି ସଫଳତା ପରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ କହିଛନ୍ତି ।
ସେହିପରି କଟକ ମହାନଗର ନିଗମରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ହେବା ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ୧୭ ହଜାର ୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୧୩ ହଜାର ୮୫୦ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୬ ହଜାର ୨୬୪ ଖଣ୍ଡ ଭୋଟ ପାଇଛନ୍ତି ।
ସେପଟେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୯ ହଜାର ୨୯୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର ୨୧ ହଜାର ୭୭୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ୩ ହଜାର ୫୧୮ ଖଣ୍ଡ ଭୋଟ ପାଇଛନ୍ତି ।
ସେହିପରି କଟକ ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂ ବହୁ ଆଗରେ ରହିଛନ୍ତି । ପ୍ରାରମ୍ଭିକ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରାଙ୍କ ସହ ତାଙ୍କର ପ୍ରତିଦ୍ବାନ୍ଦିତା ହୋଇଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ବହୁ ଆଗକୁ ଆଗେଇ ଯାଇଥିଲେ ସୁବାସ ସିଂ ।












Click it and Unblock the Notifications