ପୌର ନିର୍ବାଚନ: ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ
ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୩ ମହାନଗରରେ ମଧ୍ୟ ଭୋଟ୍ ହାର ବଢୁଛି ।
ଭୁବନେଶ୍ୱର: ସହରରେ ଚାଲିଛି ନେତା ବଛା । ଦିନ ବଢ଼ିବା ସହ ବଢ଼ୁଛି ମତଦାନ ହାର । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୩ ମହାନଗରରେ ମଧ୍ୟ ଭୋଟ୍ ହାର ବଢୁଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ । ସହରରେ ସଂଧ୍ୟା ୫ଟା ଯାଏଁ ଜାରି ରହିବ ମତଦାନ ପକ୍ରିୟା ।

ରାଜ୍ୟର ୫୯ଟି ଏନ୍ଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଚାଲିଛି ଭୋଟ । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ସହିତ ପ୍ରତି ବୁଥରେ ରହିଛି ଦୁଇଟି ଇଭିଏମ୍ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି ।
ସେପଟେ ରାଜ୍ୟରେ ଚାଲିଥିବା ବିଭିନ୍ନ ପୌରାଞ୍ଚଳର ଭୋଟ ପ୍ରତିଶତ ମଧ୍ୟ ପ୍ରକାଶ ପାଇଛି । ଦିନ ୨ଟା ସୁଦ୍ଧା ଯାଜଗପୁରରେ ୬୦.୭୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ବ୍ୟାସନଗର ପୌରାଞ୍ଚଳରେ ମଧ୍ୟ ୫୪.୯୬ ପ୍ରତିଶତ ଭୋଟିଂ ହୋଇଥି୍ବାବେଳେ ବଲାଙ୍ଗୀରରେ ୫୦.୧୩, ଟିଟିଲାଗଡ଼ରେ ୪୬.୮୨ ପ୍ରତିଶତ, ପାଟଣାଗଡ଼ରେ ୫୨.୦୫ ପ୍ରତିଶତ, ତୁସୁରାରେ ୬୫ ପ୍ରତିଶତ ଭୋଟିଂ ହୋଇଛି । ସେହପରି ଝାରସୁଗୁଡ଼ା ପୌରାଞ୍ଚଳରେ ୪୯.୧୬ ପ୍ରତିଶତ, ବେଲପାହାଡ଼ରେ ୫୨.୫୫ ପ୍ରତିଶତ, ବ୍ରଜରାଜନଗରରେ ୪୮. ୧୯ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ହସ୍ତଗତ ହୋଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications