ପୌର ନିର୍ବାଚନ: ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ
ପୌର ନିର୍ବାଚନ ଲାଗି ଚାଲିଛି ମତଦାନ । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଛି ।
ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ଚାଲିଛି ମତଦାନ । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୮ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସଂଧ୍ୟା ୫ଟା ଯାଏଁ ଚାଲିବ । ସବୁ ବୁଥ ଆଗରେ ଭୋଟ ଦେବାକୁ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।

ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ମତ ସାବ୍ୟସ୍ତ କରୁଛନ୍ତି ଜନତା । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ ।
ପୌର ନିର୍ବାଚନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି ମଧ୍ୟ କରାଯାଉଛି ।
ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି। ନିର୍ବାଚନ ପାଇଁ ୫୦ ପ୍ଲାଟୁନ ଫୋର୍ସ, ୧୫୦ ପୋଲିସ ଅଫିସର ମୁତୟନ ହୋଇଛନ୍ତି। ଏହାସହ ୭୦୫ ବୁଥ୍ ପାଇଁ ପୋଲିଂ ପାର୍ଟି ସହ ପୋଲିସ ପଠାଯାଇଛି। ଜଟଣୀ ଏବଂ ଭୁବନେଶ୍ୱର ପାଇଁ ୫୫ଟି ମୋବାଇଲ ପାର୍ଟି ନିଯୁକ୍ତ ହୋଇଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ, ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।












Click it and Unblock the Notifications