ପୌର ନିର୍ବାଚନ: ୨୬ରେ ଗଣତି, ମୁତୟନ ହେବେ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ
ପୌର ନିର୍ବାଚନ: ୨୬ରେ ଗଣତି, ମୁତୟନ ହେବେ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ
ଭୁବନେଶ୍ୱର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୩ଟି ମ୍ୟୁନିସିପାଲ କର୍ପୋରେସନ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନର ଫେବୃଆରୀ ୨୫ ତାରିଖରେ କାର୍ଯ୍ୟସୂଚୀ ଜାରି କରିଥିଲେ। ଏହି ନିର୍ବାଚନରେ ମେୟର ଓ ଚେୟାରପର୍ସନ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ । ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍ରେ ୪୦ ଲକ୍ଷ ୫୫ ହଜାର ଭୋଟର ମତ ସାବ୍ୟସ୍ତ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତ ଆବଶ୍ୟକ ପ୍ରସ୍ତୁତି ସରିଛି।
ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ସରିବ । ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍ରେ ପହଞ୍ଚିଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ ।












Click it and Unblock the Notifications