ଧାମନଗର NACରେ ୧୪୪ ଧାରା ଜାରି
ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁନଃ ମତଦାନ ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ଜାରି କରାଯାଇଛି ।
ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁନଃ ମତଦାନ ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ଜାରି କରାଯାଇଛି । ଆଜି (ମଙ୍ଗଳବାର) 5 ତାରିଖ ରାତି 9ଟାରୁ 7 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଆସନ୍ତାକାଲି (ଅପ୍ରେଲ 6 ତାରିଖ) ମତ ଗଣନା ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନେଇଛି ପ୍ରଶାସନ ।
ଭଦ୍ରକ ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

ଧାମନଗର କଲ୍ୟାଣ ମଣ୍ଡପରେ ଭୋଟ୍ ଗଣତି କେନ୍ଦ୍ର କରାଯାଇଥିବା ବେଳେ ତା'ନିକଟକୁ କୌଣସି ୪ ଚକିଆ ଯାନ ଯାଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍ର ଗଣତିକୁ ବନ୍ଦ କରାଯାଇଥିଲା। ତା' ସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଆଜି ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ନେଇ ଭଦ୍ରକ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ସେ କହିଛନ୍ତି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।












Click it and Unblock the Notifications