Get Updates
Get notified of breaking news, exclusive insights, and must-see stories!

ଗ୍ରାମାଞ୍ଚଳ ବିକାଶକୁ ରାସ୍ତା ଦେଖାଉଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା

ଗ୍ରାମାଞ୍ଚଳର ବିକାଶରେ ଅଭୂତ ପୂର୍ବ ପରିବର୍ତ୍ତନ ଆଣିଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା । ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ୯୮୫ଟି ରାସ୍ତା ନିର୍ମାଣ କରାଯାଇଛି ।

Mukhya Mantri Sadak Yojana

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶରେ ଅଭୂତ ପୂର୍ବ ପରିବର୍ତ୍ତନ ଆଣିଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା । ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ୯୮୫ଟି ରାସ୍ତା ନିର୍ମାଣ କରାଯାଇଛି । ୩୯୫୧.୨୦ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ୱାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ କରାଯାଇଛି ।

କହିରଖୁ କି, ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି । ଏହା ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି । ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟ ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷଠାରୁ ଏହା କାର୍ଯ୍ୟକାରୀ ହୋଇଛି । ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଛି । ପରିବହନ କ୍ଷେତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ନିକଟସ୍ଥ ସହରରେ ନିଜର ଉତ୍ପାଦନର ଉ ପଯୁକ୍ତ ବଜାର ସୁବିଧା ପାଇ ପାରୁଛନ୍ତି । ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳଠାରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ଅନୁସୂଚିତ ଜାତି ଓ ଜନାଜତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ଦମନ ନିମନ୍ତେ ପୋଲିସ କମ୍ବିଂ ଅପରେସନ୍‌ ପାଇଁ ଲାଭଜନକ ସାବ୍ୟସ୍ତ ହୋଇ ପାରିଥିବାବେଳେ ସେ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ପାରିଛି । ଏହିସବୁ ଅଞ୍ଚଳକୁ ଯିବା ପାଇଁ ମଧ୍ୟ ଏହା ସିଆର୍‌ ପିଏଫ୍‌ ଆରକ୍ଷୀ ବାହିନୀଙ୍କ ସକାଶେ ସୁବିଧାଜନକ ହୋଇ ପାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+