ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ରାଜ୍ୟର ଗ୍ରୀଷ୍ମ ପ୍ରବାହ ବଢୁଥିବା କାରଣରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସକାଳ ୭ଟାରୁ ସାଢେ ୧୧ ଯାଏ ହେବ ମର୍ଣ୍ଣିଂ କ୍ଲାସ୍ । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳୁଆ କ୍ଲାସ୍ ଆରମ୍ଭ ହୋଇଛି । ସେହିପରି ଜଳ ସହ ଓଆରଏସ୍ ଏବଂ ଫ୍ୟାନର ବ୍ୟବସ୍ଥା କରାଯାଇଛି ।
ସୂଚନାଥାଉ ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ଟାଇମ ଟେବୁଲ ବଦଳାଯାଇଛି । ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ସ୍କୁଲରେ ଚାଲିବ ପାଠପଢା । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ଜିଲ୍ଲାର ସ୍କୁଲଗୁ଼ଡ଼ିକର ସମୟ ବଦଳାଇ ପାରିବେ । ଅନ୍ୟପକ୍ଷରେ ପ୍ଲେ ସ୍କୁଲର ସମୟ ସୀମା କମାଇବା ପାଇଁ ମଧ୍ୟ ଅଭିଭାବକ ନିବେଦନ କରିଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ମିଳିଛି ଏକାଡେମିକ୍ କ୍ୟାଲେଣ୍ଡର। ଚଳିତ ବର୍ଷ ମେ' ୫ରୁ ଜୁନ ୧୮ଯାଏ ଗ୍ରୀଷ୍ମଛୁଟିକୁ ମିଶାଇ ସର୍ବମୋଟ ମିଳିବ ୮୨ଟି ଛୁଟି ।












Click it and Unblock the Notifications