Get Updates
Get notified of breaking news, exclusive insights, and must-see stories!

ବଢିବ ବାଜିରାଉତ ଛାତ୍ରାବାସ ଅନ୍ତେବାସୀଙ୍କର ମାସିକ ଭତ୍ତା !

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟ ରାଜସ୍ୱ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍‌., ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଆଭାସୀ ମାଧ୍ୟମରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କ୍ରୀଷ୍ଣା ମହାନ୍ତି ଏବଂ ଜିଲ୍ଲାସ୍ତରୀୟ ଅନ୍ୟ ପଦାଧିକାରୀ ଯୋଗ ଦେଇଥିଲେ ।

Bajiraut Hostel

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ନିର୍ମାଣାଧୀନ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଆସନ୍ତା ଗାନ୍ଧୀ ଜୟନ୍ତୀରେ ବାଜିରାଉତ ଛାତ୍ରାବାସ ସ୍ଥିତ ସଭାଗୃହରେ ଅବସ୍ଥାପିତ କରାଯିବା ସଂପର୍କରେ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସୂଚନା ଦେଇଥିଲେ । ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କର ମାସିକ ଷ୍ଟାଇପେଣ୍ଡ (ଭତ୍ତା) ବୃଦ୍ଧି, ସୋମାନଙ୍କ ପାଇଁ ନିୟମିତ ଭାବେ ସବସିଡି ଚାଉଳ ବ୍ୟବସ୍ଥା ଓ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ସଂପର୍କରେ ପଦକ୍ଷେପ ନିଆଯିବାକୁ ଆଲୋଚନା କରାଯାଇଛି ।

ଛାତ୍ରାବାସର ଆନୁସଙ୍ଗିକ ମରାମତି, ଭିତ୍ତିଭୂମି ନିର୍ମାଣ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଏଥିସହିତ ଛାତ୍ରାବାସ ସଂଲଗ୍ନ ପରିସରକୁ ଆଗାମୀ ଦିନରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ, ବାଜି ରାଉତ ଛାତ୍ରାବାସ ଅନୁଗୋଳ ଜିଲ୍ଲା ତଥା ଓଡିଶାର ଗର୍ବ ଓ ଗୌରବ । ଏହି ଛାତ୍ରାବାସର ଅଧିକ ଉନ୍ନତି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏଠାରେ ଏକ ସଂଗ୍ରହାଳୟ, ପାଠାଗାର ଓ ଦକ୍ଷତା ବିଭାଗ କମ୍ପ୍ଲେକ୍ସ ସ୍ଥାପନ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଅଧିକରୁ ଅଧିକ ଜନସାଧାରଣ ଓ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇ ପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+