Get Updates
Get notified of breaking news, exclusive insights, and must-see stories!

ରଖେ ହରି ତ ମାରେ କିଏ: ଏମିତି ମିଳିଲା ପ୍ରଫୁଲଙ୍କୁ ନୂଆ ଜୀବନ

ପ୍ରଫୁଲ୍ଲ ମଲ୍ଲିକଙ୍କ ଚିକିତ୍ସା ପାଇଁ ଓଡ଼ିଶା-ମୋ ପରିବାରର ସହଯୋଗ କଲା ୧ ଲକ୍ଷ ୩୦ ହଜାର ଟଙ୍କା ।

ଭୁବନେଶ୍ବର: କଥାରେ ଅଛି ରଖେ ହରି ତ ମାରେ କିଏ ? ୫୭ ବର୍ଷ ବୟସ୍କ ପ୍ରଫୁଲ୍ଲ ମଲ୍ଲିକଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି। ଗୁରୁତର ଅସୁସ୍ଥ ପ୍ରଫୁଲ୍ଲଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ କଲେଜ ହାତ ଟେକି ଦେଇଥିଲେ। ଚିକିତ୍ସା ପାଇଁ ପରିବାର ଲୋକଙ୍କ ହାତରେ କଉଡିଏ ନଥିଲା। ମାତ୍ର ଓଡ଼ିଶା-ମୋ ପରିବାରର ସହଯୋଗରେ ଉନ୍ନତମାନର ଚିକିତ୍ସା ପାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ।

Odisha Mo Parivar

ଖୋର୍ଦ୍ଧା ଜିଲ୍ଲା ବଙ୍କୋଇ ଅଞ୍ଚଳର ପ୍ରଫୁଲ୍ଲ ମଲ୍ଲିକ ଅତ୍ୟନ୍ତ ଗରିବ ଶ୍ରେଣୀର। ମୂଲ ଲାଗିଲେ ପରିବବାର ପେଟକୁ ଦାନା ଆସେ । ଉଚ୍ଚ ମଧୁମେହ ରୋଗରେ ପୀଡିତ ହୋଇଥିଲେ ମଧ୍ୟ ଚିକିତ୍ସା କରି ଔଷଧ ଖାଇବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା । ତେବେ ଗତ ନମ୍ବେମ୍ବର ୨୭ ତାରିଖରେ ହଟାତ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ପରୀକ୍ଷା ରୁ ତାଙ୍କର ହାର୍ଟ, କିଡ଼ନୀ ଏବଂ ଲଙ୍ଗସ୍ ଯଥେଷ୍ଟ ପ୍ରଭାଭିତ ହୋଇଥିବା ଜଣାପଡିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ମାନେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇଦେଇଥିଲେ। ମାତ୍ର ସେଠି ଭି ସମାନ ଦଶା ଭୋଗିବାକୁ ପଡିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତର ମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ। ତେବେ ସଙ୍କଟାପନ୍ନ ପ୍ରଫୁଲ୍ଲଙ୍କୁ ବଞ୍ଚାଇବାର ଶେଷ ଆଶା ଛାଡିନଥିଲେ ତାଙ୍କ ପରିବାର ଲୋକ। ହାତ ଉଧାର କରି ଅର୍ଥ ଯୋଗାଡ କରିବାକୁ ସାହସ ବାନ୍ଧି ନଭେମ୍ବର ୨୮ ତାରିଖରେ ତାଙ୍କୁ କିମସ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।

କିମସ ଡାକ୍ତର ମାନେ ତ୍ଵରିତ ଉନ୍ନତମାନର ଚିକିତ୍ସା ସେବା ଦେବାରୁ ବଞ୍ଚିବାର ଆଶା ଉଜ୍ଜବିତ ହୋଇଥିଲା। ତେବେ ସେଥିପାଇଁ ଅପର୍ଜ୍ୟାପ୍ତ ପଇସାର ଆବଶ୍ୟକ ଥିଲା। ହସ୍ପିଟାଲ୍ ବିଲ ଦେଢ ଲକ୍ଷ ରୁ ଅଧିକ ହେଲା ପରେ ପ୍ରଫୁଲ୍ଲଙ୍କ ପରିବାର ମୁଣ୍ଡରେ ଚଡ଼କ ପଡ଼ିଥିଲା।

ଅସହାୟ ଅବସ୍ଥାରେ ଓଡ଼ିଶା-ମୋପରିବାର ସହଯୋଗ କରିଥିଲେ। ଆଉ ଦୁସ୍ଥ ପ୍ରଫୁଲ୍ଲଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେଲା ପରେ କାଳବିଳମ୍ବ ନକରି "ଓଡ଼ିଶା-ମୋପରିବାର" ଟିମ୍ ତାଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିଲେ। ପ୍ରଫୁଲ୍ଲଙ୍କୁ ତୁରନ୍ତ ସହାୟତା ଦେବାକୁ "ଓଡ଼ିଶା- ମୋପରିବାର" ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଆର୍ଥିକ ସହାୟତା ଭାବେ ତାଙ୍କୁ ଅବିଳମ୍ବେ ୧ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା। ଫଳରେ ତାଙ୍କ ଚିକିତ୍ସା ଭଲରେ ହୋଇଥିଲା।ଇତି ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ। ମରଣ ମୁହଁରୁ ଫେରିଥିବା ଗରିବ ପ୍ରଫୁଲ୍ଲଙ୍କ ପରିବାର ମୁହଁରେ ଏବେ ହସ ଫୁଟିଛି। "ଓଡ଼ିଶା- ମୋପରିବାର"ର ଏହି ଅମୂଲ୍ୟ ସହୋଗ ପାଇଁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ପ୍ରକାଶ କରି ଧନ୍ୟବା ଦଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+