ଏଣିକି ପ୍ରତି ପଞ୍ଚାୟତରେ ଗଡିବ ମୋ ବସ୍, ସୂଚନା ଦେଲେ ପରିବହନ ସଚିବ
ଭୁବନେଶ୍ୱର: ବ୍ଲକ ମୁଖ୍ୟାଳୟରୁ ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ମୋ ବସ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଚାଲିବ ।

ତେବେ ଏହି ୬ଟି ଜିଲ୍ଲା ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ମୋ ବସ ଚାଲିବ । ଗ୍ରାମାଞ୍ଚଳରେ ବସ୍ ସୁବିଧା ନଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ସରାକାରଙ୍କ ଏପରି ନିଷ୍ପତ୍ତି ପାଇଁ ଗ୍ରାମବାସୀ ଖୁସି ଅଛନ୍ତି । ଉପରୋକ୍ତ ୬ଟି ଜିଲ୍ଲାରେ ଲୋକମାନେ ଯାତାୟତ କରିବାରେ ଅନେକ ଆସୁବିଧା ଭୋଗ କରୁଥିଲେ । ତେଣୁ ସେମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି ।












Click it and Unblock the Notifications