ଖୁବଶୀଘ୍ର ରାଜ୍ୟର ଆଉ ୩ ଜିଲ୍ଲାରେ ଗଡିବ ‘ମୋ ବସ’

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ଓଡ଼ିଶାର ଆଉ ୩ଟି ଜିଲ୍ଲାରେ ଗଡିବ 'ମୋ ବସ'। ଏହି ତିନି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ।

କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ତାର ସେବାକୁ ସଂପ୍ରସାରଣ କରିବାକୁ ଯାଉଛି । ଏହି ସେବାରେ ଯୋଡି ହେବ ଆଉ ୩ ଜିଲ୍ଲା । ସମ୍ବଲପୁର-ଝାରସୁଗୁଡା-ବେଲପାହାଡ ଏବଂ ବ୍ରହ୍ମପୁର-ଗୋପାଲପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି ପାଇଁ ମୋ ବସ ସେବା ଯୋଗାଇ ଦେବାକୁ ଘୋଷଣା କରିଛି CRUT । ଏ ନେଇ ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।

Mo Bus

ସୂଚନାଥାଉ କି, ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ଏବଂ ଟ୍ୱିନ ସିଟି କଟକ ଓ ଶ୍ରୀକ୍ଷେତ୍ର ପୁରୀରେ 'ମୋ ବସ' ସେବା ଯାତାୟାତ ପାଇଁ ଉପଲବ୍ଧ ଥିଲା । ଅନ୍ୟ ଜିଲ୍ଲା ମାନଙ୍କରେ ସିଟି ବସ ସୁବିଧା କରାଯାଇଥିଲା । ବର୍ତମାନ ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଯାତ୍ରାକୁ ସହଜ କରିବା ପାଇଁ 'ମୋ ବସ' ଗଡିବ । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ରେ ଚାଲିବ । ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡିରେ ବି ଚାଲିବ । ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଜିର ଏହି ୩ ଜିଲ୍ଲାକୁ ମିଶାଇଲେ ମୋଟ ୭ଟି ଜିଲ୍ଲାରେ ମୋ ବସ ସେବା ମିଳିବ । ତେବେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନ୍ୟ ପ୍ରମୁଖ ସହରରେ ମୋ ବସ ସେବା ଯୋଗାଇ ଦେବାକୁ ଦାବି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+