ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ ବିଧାୟକ ଟିମ୍

ଆସନ୍ତାକାଲି ୨୬ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଯିବେ । ଅଗଷ୍ଟ ୩ ତାରିଖ ଅର୍ଥାତ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ ।

ଭୁବନେଶ୍ବର: ଆସନ୍ତାକାଲି ୨୬ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଯିବେ । ଅଗଷ୍ଟ ୩ ତାରିଖ ଅର୍ଥାତ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ । ଏହା ପୂର୍ବରୁ ଏଥିପାଇଁ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଛି ।

Draupadi Murmu

ଏହି କମିଟିରେ ୨୬ ଜଣ ବିଧାୟକଙ୍କ ସମେତ ମନ୍ତ୍ରୀ, କଂଗ୍ରେସ, ବିଜେପି ଓ ବିଜେଡି ଦଳର ସଦସ୍ୟ ଅଛନ୍ତି । ସମସ୍ତ ସଦସ୍ୟମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ନେଗେଟିଭ୍ ରିପୋର୍ଟ ଆସିଥିବା ସଦସ୍ୟମାନେ ମଙ୍ଗଳବାର ଦିନ ୧୨ଟା ସମୟରେ ବିମାନ ଯୋଗେ ଦିଲ୍ଲୀ ଯିବେ। ଏ ନେଇ ବିଜେଡି ବିଧାୟକ ରାଜକିଶୋର ଦାସ ସୂଚନ ଦେଇଛନ୍ତି ।

ସେପଟେ ପେନସନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟର ପୂର୍ବତନ ବିଧାୟକମାନେ । ମାସିକ ପେନସନର ପରିମାଣ 30,000 ରୁ 50,000 ଟଙ୍କା ଏବଂ ବର୍ତ୍ତମାନର ମେଡିକାଲ ଭତ୍ତା 2,000 ରୁ 10,000 ଟଙ୍କା ବୃଦ୍ଧି କରିବାକୁ ରଖିଲେ ପ୍ରସ୍ତାବ । ପୂର୍ବତନ ବିଧାୟକଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଥିଲେ । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଥିଲେ ମଧ୍ୟ ସାମିଲ । ସକାରାତ୍ମକ ଆଲୋଚନା ହୋଇଥିବା ପୂର୍ବତନ ବିଧାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+