ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ । ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି ବିଧାୟକ ।

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ । ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି ବିଧାୟକ । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ, ରୁପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ବରୂପ ଦିଆଯାଇଛି ।

President Draupadi Murmu

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ୨୪ ଜଣ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟି ବେଶ୍‌ କିଛି ସମୟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ।
ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି।

ତେବେ ଜାଣନ୍ତୁ, କେଉଁ ବିଧାୟକ କ'ଣ ଦେଲେ ରାଷ୍ଟ୍ରପତିଙ୍କୁ ଉପହାର ?

  • କଂଗ୍ରେସ ବିଧାୟକ ତାରାବାହିନୀପତି ଦେଲେ କୋଟପାଡ଼ର ପ୍ରସିଦ୍ଧ ଶାଢ଼ୀ ।
    ପ୍ରମିଳା ମଲ୍ଲିକ ବି ଶାଢ଼ୀ ଉପହାର ଦେଇଛନ୍ତି ।
    ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖିଛନ୍ତି । ଯାହାକୁ ସେ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି ।
    ଏଥି ସହ ବିଧାନସଭା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ତାରକସୀରେ ତିଆରି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି ।

ପରେ ପରେ ରାଷ୍ଟ୍ରପତିଙ୍କ ସହ ସମସ୍ତେ ଜଳପାନ କରିଥିଲେ। ଏହି ଅବସରରେ ସବୁ ବିଧାୟକମାନେ ମହାମହିମ ଦୌପଦୀ ମୁର୍ମୁଙ୍କ ସହ ଗ୍ରୁପ୍ ଫଟୋ ଉଠାଇଥିଲେ। ଶେଷରେ ବିଧାୟକମାନେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+