ବଢିବ ବିଧାୟକଙ୍କ ଦରମା ! ବିଲ୍ ଆଗତ ପାଇଁ ରୁଲିଂ ଦେଲେ ବାଚସ୍ପତି

ବଢ଼ିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଦରମା ବୃଦ୍ଧି ପାଇ ଦାବି କରିଛନ୍ତି ସବୁ ଦଳର ବିଧାୟକ ।

Odisha MLA Salary

ଭୁବନେଶ୍ୱର: ବଢ଼ିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଦରମା ବୃଦ୍ଧି ପାଇ ଦାବି କରିଛନ୍ତି ସବୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି । ବିଧାୟକ ଅମର ଶତପଥୀଙ୍କ ଅଧକ୍ଷତାରେ ଗଠିତ କମିଟି ରିପୋର୍ଟ ଦେଇ ସାରିଛି ।

ଦରମା ବୃଦ୍ଧି ପ୍ରସଙ୍ଗରେ ନରସିଂହ ମିଶ୍ର କହିଛନ୍ତି, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ'ଣ ନିଷ୍ପତ୍ତି ନେଲେ ଜଣା ପଡୁନାହିଁ । ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ସେ ସମ୍ପର୍କରେ ବିଲ ଆଣନ୍ତୁ । ଚଲିବା କଷ୍ଟକର ହେଉଛି ।

ତେବେ ନରସିଂହ ମିଶ୍ରଙ୍କୁ ସମର୍ଥନ କରି ଅମର ଶତପଥୀ କହିଛନ୍ତି ଯେ, ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକ ମାନଙ୍କକ ଦରମା ବୃଦ୍ଧି ହୋଇଛି ।

ଏହି ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଓ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+