Get Updates
Get notified of breaking news, exclusive insights, and must-see stories!

ଓଡିଶା ବିଧାୟକଙ୍କ ମାସିକ ଦରମା ହେବ ୩ ଲକ୍ଷ: ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କଲେ ପରାମର୍ଶଦାତା କମିଟି

ବଢିବ ରାଜ୍ୟର ସମସ୍ତ ବିଧାୟକଙ୍କ ଦରମା । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।

ଭୁବନେଶ୍ୱର: ବଢିବ ରାଜ୍ୟର ସମସ୍ତ ବିଧାୟକଙ୍କ ଦରମା । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କୁ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀ ରିପୋର୍ଟ ପ୍ରଦାନ କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମିଟି ବିଧାୟକମାନଙ୍କ ଦରମା, ଭତା ଓ ପୂର୍ବତନ ବିଧାୟକଙ୍କ ପେନସନକୁ ପାଖାପାଖି ଦୁଇ ଗୁଣ କରିବାକୁ ପ୍ରସ୍ତାବ ଦେଇଛି । ଗତ ମୌସୁମୀ ଅଧିବେଶନ ବେଳେ ବିଧାୟକମାନେ ଦରମା ଓ ପୂର୍ବତନ ବିଧାୟକମାନେ ପେନସନ ବୃଦ୍ଧି କରିବାକୁ ଦାବି କରିଥିଲେ ।

Odisha MLA Salary

ଓଡ଼ିଶାରେ ବିଧାୟକଙ୍କ ଦରମା କେତେ ?

ବର୍ତ୍ତମାନ ରାଜ୍ୟର ବିଧାୟକମାନେ ଦରମା ଓ ଭତ୍ତା ବାବଦରେ ମାସିକ ପାଉଛନ୍ତି ୯୯ ହଜାର ଟଙ୍କା । ଏଥିରେ ରହିଛି ଦରମା ବାବଦକୁ ୩୫ ହଜାର, କନ୍‌ଭେନିଏନ୍ସ ଆଲାଉନ୍ସ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ଷ୍ଟାଫ୍ ଖର୍ଚ୍ଚ ପାଇଁ ୨୦ ହଜାର ଓ ବିଦ୍ୟୁତ୍ ଭଡ଼ା ପାଇଁ ୫ ହଜାର ଟଙ୍କା । ଏହି ଦରମା ଓ ଭତ୍ତା କମ୍ ହେଉଛି ବୋଲି କମିଟି ଅନୁଭବ କରୁଛି । ତେଣୁ ବିଧାୟକଙ୍କ ଦରମା ୧ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ତେବେ ପୂର୍ବତନ ବିଧାୟକଙ୍କୁ ୩୦ହଜାର ଟଙ୍କା ପେନସନ ମିଳୁଛି । ୨୦୧୭ରେ ଶେଷ ଥର ପାଇଁ ବଢିଥିଲା ବିଧାୟକଙ୍କ ଦରମା ।

ଉଲ୍ଲେଖଥାଉ କି, ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗତ ବିଧାନସଭା ଗୃହ କାର୍ଯ୍ୟ ସରଗରମ ହୋଇଥିଲା । ବାଚସ୍ପତି ଏଥିରେ ହସ୍ତକ୍ଷେପ କରି ଏକ କମିଟି ଗଠନ ପାଇଁ ରୁଲିଂ ଦେଇଥିଲେ । ଉକ୍ତ କମିଟି ଅନ୍ୟରାଜ୍ୟର ବିଧାୟକମାନେ କେତେ ଦରମା ଓ ଭତ୍ତା ପାଉଛନ୍ତି ତାହାକୁ ଜର୍ଜମା କରି ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଭତ୍ତା କେତେ ବୃଦ୍ଧି ହେବା ଦରକାର ତା'ର ଏକ ବିସ୍ତୃତ ତୁଳନାତ୍ମକ ରିପୋର୍ଟ ପ୍ରସ୍ତୁତ କରିଛି ।

ସେଇ ରିପୋର୍ଟ ଆଧାରରେ ବାଚସ୍ପତିଙ୍କୁ ବିଧାୟକଙ୍କ ମାସିକ ଦରମା ୩ ଲକ୍ଷକୁ ବୃଦ୍ଧି କରିବାକୁ ସୁପାରିଶ କରିଛି । ବାଚସ୍ପତି ଏହାକୁ ତୁରନ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସବୁଜ ସଙ୍କେତ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ପରେ ଗୃହରେ ବି ବାଚସ୍ପତି ତାହା ଘୋଷଣା କରିବେ ।

ସେହିପରି ପୂର୍ବତନ ବିଧାୟକମାନଙ୍କର ବି ମାସିକ ପେନସନ ବୃଦ୍ଧି ନେଇ କମିଟି ସୁପାରିଶ କରିଛି । ସେମାନେ ଏବେ ପେନ୍‌ସନ ବାବଦକୁ ମାସିକ ୩୦ ହଜାର ଟଙ୍କା ପାଉଛନ୍ତି । ଆନୁପାତିକ ହାରରେ ବୃଦ୍ଧି କରିବାକୁ କମିଟି ମତ ଦେଇଛି ।

ଉଲ୍ଲେଖନୀୟ ଯେ ଗତ ୭ ସେପ୍ଟେମ୍ବର ୨୦୨୨ରେ ବିଧାୟକଙ୍କର ସ୍ୱାସ୍ଥ୍ୟ ବୀମା ପରିମାଣ ବଢ଼ିଥିଲା । ପୂର୍ବରୁ ଥିବା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ପୂର୍ବତନ ସଦସ୍ୟ ବି ଏହି ସୁବିଧା ପାଇଛନ୍ତି । ଫଳରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ବାଦଦେଇ ୧୨୪ ବିଧାୟକ, ବିଧାୟିକା ଏବଂ ତାଙ୍କର ୮୮ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ୍ ୨୧୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ପାଉଛନ୍ତି । ଏଥି ସହିତ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ, ବିଧାୟିକା ଏବଂ ସେମାନଙ୍କର ୨୪୫ ପରିବାର ସଦସ୍ୟ ମିଶି ମୋଟ୍ ୫୬୨ ଜଣଙ୍କୁ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ମିଳୁଛି ।

ଆସନ୍ତୁ ଜାଣିବା କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ?

  • ତେଲେଙ୍ଗାନା ବିଧାୟକଙ୍କ ଦରମା ୨ଲକ୍ଷ ୭୫ହଜାର
    ମହାରାଷ୍ଟ୍ରରେ ୨ ଲକ୍ଷ ୩୦ହଜାର
    କର୍ଣ୍ଣାଟକରେ ୨ଲକ୍ଷ ୫ ହଜାର
    ଝାଡ଼ଖଣ୍ଡରେ ୨ଲକ୍ଷ ୫ ହଜାର
    ମେଘାଳୟରେ ୨ ଲକ୍ଷ ୨ହଜାର
    ପଞ୍ଜାବରେ ୯୫ ହଜାର
    ଦିଲ୍ଲୀରେ ୯୦ ହଜାର
    ପଶ୍ଚିମବଙ୍ଗରେ ୮୧ହଜାର ୮ଶହ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+