ବାପା ସ୍କୁଲ ଯିବାକୁ ବାଧ୍ୟ କଲେ ବୋଲି ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ନାବାଳକ
ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।
ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଆଜି ଦଶହରା ଛୁଟି ପରେ ସ୍କୁଲ ଖୋଲିଥିବାରୁ ନାବାଳକକୁ ତାଙ୍କ ବାପା ୪ଟା ବେଳକୁ ସ୍କୁଲରେ ଛାଡିବାକୁ କହିଥିଲେ। କିନ୍ତୁ ବାପାଙ୍କ କଥାରେ ନାରାଜ ହୋଇ ନାବାଳକ ଜଣକ ଠାକୁର ଦେଖି ସାରିବା ପରେ ସ୍କୁଲ ଯିବା ପାଇଁ କହିଥିଲେ। ବାପା ତାଙ୍କ କାମରେ ବାହାରକୁ ଚାଲିଯିବା ପରେ ମା ମଧ୍ୟ ପାଖ ପୋଖରୀକୁ ଲୁଗା ଧୋଇବା ପାଇଁ ଯାଇଥିଲେ। ଘରେ ପୁଅ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲା।
ସଙ୍ଗେ ସଙ୍ଗେ ତାଙ୍କ ମା ପଡୋଶୀଙ୍କ ଠାରୁ ଖବର ପାଇ ଘରେ ପହଞ୍ଚି ଥିଲେ। ପଡୋଶୀ ଲୋକଙ୍କ ସହାୟତାରେ ଆହତ ଅବସ୍ଥାରେ ପୁଅକୁ ଆମ୍ବୁଲାନ୍ସ ଯୋଗେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ଏସସିବିକୁ ସ୍ଥାନାନ୍ତର କରିଛନ୍ତି।












Click it and Unblock the Notifications