Get Updates
Get notified of breaking news, exclusive insights, and must-see stories!

ମା’ ମୃତଦେହ ପାଖରେ ୩ ଦିନ ବସି ରହିଲା ଶିଶୁକନ୍ୟା

ମା’ର ପ୍ରାୟ ତିନି ଦିନ ତଳୁ ମୃତ୍ୟୁ ହୋଇଯାଇଛି ବୋଲି ଜାଣି ନାହିଁ ଶିଶୁକନ୍ୟା । ମାଆ ଘରେ ଶୋଇଛି ଭାବି ତା ପାଖରେ ଶୋଇ ରହିଥିଲା । ମାତ୍ର ଆଜି (ସୋମବାର) କୁନି ଝିଅଟି ଘର ବାହାରକୁ ଆସି କହିଲା ଯେ, ମା’ ପାଟିରୁ ପୋକ ବାହାରୁଛି ।

ବଲାଙ୍ଗୀର: ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଗରପଡ଼ା ଶିବମନ୍ଦିର ନିକଟରେ । ମା'ର ପ୍ରାୟ ତିନି ଦିନ ତଳୁ ମୃତ୍ୟୁ ହୋଇଯାଇଛି ବୋଲି ଜାଣି ନାହିଁ ଶିଶୁକନ୍ୟା । ମାଆ ଘରେ ଶୋଇଛି ଭାବି ତା ପାଖରେ ଶୋଇ ରହିଥିଲା । ମାତ୍ର ଆଜି (ସୋମବାର) କୁନି ଝିଅଟି ଘର ବାହାରକୁ ଆସି କହିଲା ଯେ, ମା' ପାଟିରୁ ପୋକ ବାହାରୁଛି । ପରେ ଘଟଣାଟି ଲୋକଲୋଚନକୁ ଆସିଲା ଏବଂ ପଡୋଶୀ ମାନେ ଯାଇ ଦେଖିବାରୁ ମହିଳା ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା ।

Dead Body

ଗୁରୁତ୍ବପୂର୍ଣ୍ଣ କଥା ହେଲା ୩ ଦିନ ହେଲା ମହିଳାଙ୍କ ମୃତ୍ୟୁ ଘଟି ସାରିଥିଲେ ବି ପାଖ ପଡୋଶୀ ଏ ସମ୍ପର୍କରେ ଜାଣି ପାରି ନଥିଲେ । ପିଲାଟି ମଧ୍ୟ ମାଆର ମୃତଦେହ ସହ ୩ ଦିନ ହେଲା ଘରେ ରହୁଥିଲେ । ଘଟଣା ଜଣାପଡ଼ିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ମୃତ ମହିଳା ହେଲେ କୁନି ନାଏକ । ଇନ୍ଦିରାନଗର ପଡ଼ାର କୁନି ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରାୟ ୫ ବର୍ଷର ଝିଅ ଆର୍ଯ୍ୟା ସହ ସାଗରପଡ଼ାର ଶୁଭେନ୍ଦୁ ହୋତାଙ୍କ ଗ୍ୟାରେଜ୍ ଘରେ ରହୁଥିଲେ । ଆଖପାଖ ଅଞ୍ଚଳରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ । ଆଜି ସକାଳେ ଝିଅ ପଡ଼ୋଶୀଙ୍କ ପାଖକୁ ଯାଇ ମାଆ ବିଷୟରେ ଜଣାଇଥିଲା । ସ୍ଥାନୀୟ ଲୋକ ଘର ଭିତରକୁ ଯାଇ କୁନିଙ୍କ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ମୃତ କୁନି ବିଭିନ୍ନ ସମୟରେ ଅସୁସ୍ଥ ହେଉଥିବା ନେଇ ଘର ମାଲିକ ଶୁଭେନ୍ଦୁ ହୋତା ସୂଚନା ଦେଇଛନ୍ତି । ଚାଇଲ୍ଡ ଲାଇନ୍ ସଦସ୍ୟ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+