ଧାନ କିଣା ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ : 'ସୁବ୍ୟବସ୍ଥିତ ଭାବେ ଚାଲିଛି ଧାନ କିଣା'
ରାଜ୍ୟରେ ଧାନ କିଣାରେ କୌଣସି ଅବ୍ୟବସ୍ଥା ନାହିଁ ।
ଭୁବନେଶ୍ୱର : ଧାନ କିଣା ନେଇ ଆଜି ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ଧାନ କିଣାରେ କୌଣସି ଅବ୍ୟବସ୍ଥା ନଥିବା ସେ କହିଛନ୍ତି । ଆହୁରି ମଧ୍ୟ ଦୁଇ ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି । ଯେଉଁମାନେ ଧାନ କିଣା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି ସେମାନଙ୍କୁ ଟୋକନ ଦିଆଯାଉଛି । ପଞ୍ଜୀକୃତ ଚାଷୀମାନଙ୍କୁ ଆଲଫାବେଟ୍ ଅନୁସାରେ ଟୋକନ ଦିଆଯାଉଛି । ଯେଉଁମାନେ ଟୋକନ ପାଇଁ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ।

ସମସ୍ତଙ୍କୁ ଟୋକନ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ସେହିପରି ଗତ ଦୁଇ ଦିନରେ 46 ହଜାର 600 ମେଟ୍ରିକ ଟନ୍ ଧାନ କିଣା ଯାଇଛି । ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର 71 ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ହେବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଯଦି ଏହାଠାରୁ ଅଧିକ ଧାନ ଚାଷୀଙ୍କ ପାଖରେ ରୁହେ ତେବେ ତାହା ମଧ୍ୟ ସରକାର କିଣିବା ପାଇଁ ବ୍ୟବସ୍ଥା କରିବେ ବୋଲି ରଣେନ୍ଦ୍ର କହିଛନ୍ତି । ସୂଚନାଥାଉକି, ଅନେକ ସ୍ଥାନରୁ ଧାନ କିଣାର ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଥିଲା ।












Click it and Unblock the Notifications