ଓଡ଼ିଶାକୁ ବାତ୍ୟା ଭୟ, ଆସନ୍ତାକାଲି ଆଣ୍ତାମାନ ସାଗରରେ ସୃଷ୍ଟି ହେବେ ଘୂର୍ଣ୍ଣିବଳୟ !

Odisha Weather News: ଆସନ୍ତାକାଲି ଆଣ୍ତାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । IMD ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୨୦ ତାରିଖ ସୁଦ୍ଧା ଆଣ୍ତାମାନ ସାଗରରେ ଘୂର୍ଣ୍ଣିବଳ ସୃଷ୍ଟି ହେବ, ୨୨ ତାରିଖରେ କେନ୍ଦ୍ରୀ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ ।

Odisha News

କ୍ରମେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ସମ୍ଭାବ୍ୟ ବର୍ଷାକୁ ନେଇ ୧୬ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ କରିଛନ୍ତି । ସେହିପରି ଆଜି ଘଡଘଡ଼ି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+