Get Updates
Get notified of breaking news, exclusive insights, and must-see stories!

ସରିଲା ମାଟ୍ରିକ ପରୀକ୍ଷା: ଏପ୍ରିଲ୍ ୩ରୁ ଖାତା ଦେଖା ଆରମ୍ଭ

ଶେଷ ହେଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସେହିପରି ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା ।

Matric Exam

ଭୁବନେଶ୍ୱର: ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସେହିପରି ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା ।

ପରୀକ୍ଷା ସମୟରେ କିଛି ତ୍ରୁଟି ଦେଖାଯାଇଥିଲା ହେଲେ ଶେଷରେ ସୁରଖୁରରେ ପରୀକ୍ଷା ସରିଛି । ଏପ୍ରିଲ୍ ୩ତାରିଖରୁ ଆରମ୍ଭ ହେବ ଖାତା ଦେଖା । ମୋଟ୍ ୫୬ଟି କେନ୍ଦ୍ରରେ ଖାତା ଦେଖା ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଯେଉଁଥି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏକ ଟ୍ରେନିଂ ପରେ ଆରମ୍ଭ ହେବ ଇଭାଲ୍ୟୁସନ୍ ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ସେହିପରି ଆସନ୍ତା ୪୫ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ।

ସୂଚନାଥାଉ ଯେ, ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଖିଲେ । ମୋଟ୍ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+