Odisha Matric Result: ମାଲକାନଗିରି ଜିଲ୍ଲାରେ ଯାଆଁଳା ଭାଇ ହେଲେ ଟପ୍ପର

ଚଳିତ ବର୍ଷ ଦଶମ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ଭଲ ପ୍ରଦର୍ଶନ କରିଛି । ୯୬.୪୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି।

ତେବେ ଜିଲ୍ଲା ଟପ୍ପର ହୋଇଛନ୍ତି ଦୁଇ ଯାଆଁଳା ଭାଇ। ସେମାନେ ହେଲେ ଡାନିଏଲ ଲେଙ୍କା ଏବଂ ଡମ୍ବରୁ ଲେଙ୍କା। ଦୁହେଁ ୫୬୦ ଆଣି ଜିଲ୍ଲା ଟପ୍ପର ହୋଇଛନ୍ତି।

ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ୧୩୦ଟି ହାଇସ୍କୁଲର ଦଶମ ପରୀକ୍ଷାରେ ୮୧୯୭ ଜଣ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୮୦୩୯ ଜଣ ପିଲା ପରୀକ୍ଷା ଦେଇଥିଲେ। ୧୫୮ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ତେବେ ଏ-୧ରେ ୧୨ ଜଣ,ଏ-୨ରେ ୪୬ ଜଣ,ବି-୧ରେ ୧୨୧ ଜଣ,ବି-୨ରେ ୫୪୬ ଜଣ, ସି ଗ୍ରେଡରେ ୧୮୯୯ ଜଣ, ଡି ଗ୍ରେଡରେ ୩୫୬୯ ଜଣ, ଇ ଗ୍ରେଡରେ ୧୫୫୭ ଜଣ ପାସ ହୋଇଥିବା ବେଳେ ୨୮୮ ଜଣ ଫେଲ ହୋଇଥିବା ଜଣାପଡିଛି। ଜିଲ୍ଲାରେ ମୋଟ ୭୭୫୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।

Odisha Matric Result

ଚଳିତ ବର୍ଷ ୧୩୦ଟି ହାଇସ୍କୁଲର ଦଶମ ପରୀକ୍ଷାରେ ୮୧୯୭ ଜଣ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୮୦୩୯ ଜଣ ପିଲା ପରୀକ୍ଷା ଦେଇଥିଲେ। ୧୫୮ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ।

ଏ-୧ ଆଣିଥିବା ଛାତ୍ରଛାତ୍ରୀମାନେ ହେଲେ ଏମଭି-୭୯ର ସାବେରୀ ବିଦ୍ୟାପୀଠର ଡାନିଏଲ ଲେଙ୍କା-୫୬୦ ଓ ଡମ୍ବରୁ ଲେଙ୍କା-୫୬୦, ଏମଭି-୭ ସ୍ଥିତ ଜଗନ୍ନାଥପାଲ୍ଲୀ ହାଇସ୍କୁଲର ଆକାଶ ମୁର୍ମୁ-୫୫୧,ଶୁଭଜିତ ବାଚାର-୫୫୧,ବାସୁଦେବ ମହୁରି- ୫୪୬ ଓ ଜୟ ମିସ୍ତ୍ରୀ-୫୪୦, ବାଲିମେଳା ସରସ୍ବତୀ ବିଦ୍ୟା ମନ୍ଦିରର କ୍ରିଷ୍ଣା ଶ୍ରୀୟା ସ୍ବାଇଁ-୫୫୮, ସୁମତି ରେଖା ପ୍ରଧାନ-୫୪୬, ନିତେଶ କୁମାର ପାଙ୍ଗି-୫୪୦, ଅନେଶ ବିଶ୍ବାଳ-୫୪୬, ପ୍ରାଚୀ ଦାସ-୫୪୯ ଏବଂ ବାଲିମେଳା ସରକାରୀ ହାଇସ୍କୁଲର ପ୍ରେରଣା ପାଢୀ-୫୪୩। ଜିଲ୍ଲାରେ ଦଶମ ପରୀକ୍ଷାରେ ଭଲ ସଫଳତା ପଛରେ ଲଗାତାର ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରଚେଷ୍ଟା ଅତୁଳନୀୟ ବୋଲି ଶିକ୍ଷା ବିଭାଗ କହିଛି। ସେ ଲଗାତାର ବିଭିନ୍ନ ସ୍କୁଲରେ ଭଲଭଲ ପିଲାଙ୍କୁ ନେଇ ଅତିରିକ୍ତ ଶ୍ରେଣୀ କରି ପାଠ ପଢାଉଥିଲେ। ଯାହାଫଳରେ ଜିଲ୍ଲାରେ ୧୨ ଜଣ ଏ-୧ରେ ସଫଳତା ହାସଲ କରିପାରିଛନ୍ତି ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+