Get Updates
Get notified of breaking news, exclusive insights, and must-see stories!

Odisha Matric: ସ୍କୁଲ ଜୀବନର ଶେଷ ପରୀକ୍ଷା ପୂର୍ବରୁ ରାସ୍ତାରେ ଶେଷ ହୋଇଗଲା ଜୀବନ

ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଆଜି ସ୍କୁଲ ଜୀବନର ଶେଷ ପରୀକ୍ଷା ଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି।

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା ହୋଇ ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଛାତ୍ର ଗୁରୁତର ହୋଇଛନ୍ତି ।

ମୃତ ଛାତ୍ରଙ୍କ ନାମ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ଜଣକ ତାପସ ସରଦାର ବୋଲି ଜଣାପଡିଛି। ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଶେଷ ପରୀକ୍ଷା ଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ କରୁଛି।

Odisha Matric

ମୃତ ଛାତ୍ରଙ୍କ ନାଁ ବିକ୍ରମ ସରଦାର। ଆଉ ଗୁରୁତର ଛାତ୍ର ଜଣକ ହେଲେ ତାପସ ସରଦାର। ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ପିଲା ମାଟ୍ରିକ୍‌ ବୋର୍ଡ ପରୀକ୍ଷା ଦେଇଛନ୍ତି । ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସୁରୁଖୁରରେ ପରୀକ୍ଷା ଶେଷ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହାଛଡା ପରୀକ୍ଷା କେନ୍ଦ୍ରରେ ଯେମିତି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଂ ସ୍କ୍ୱାଡ୍‌, ସେଣ୍ଟ୍ରାଲ ଅବ୍‌ଜରଭର୍‌ ଓ ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ ।

ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା । ମାର୍ଚ୍ଚ ୧୯ରୁ ପାଖାପାଖି ୧୩ ଦିନ ଧରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାଙ୍କନ ହେବ । ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+