ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା: ଏମିତି ରହିଛି ପରୀକ୍ଷା ପଦ୍ଧତି, ଏମିତି ହେବ ମୂଲ୍ୟାଙ୍କନ
ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । ଚଳିତବର୍ଷ ହେବ ମାଟ୍ରିକ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । ଚଳିତବର୍ଷ ହେବ ମାଟ୍ରିକ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆସନ୍ତା ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମେ' ୬ ଯାଏଁ ଏହି ଚାଲିବ ପରୀକ୍ଷା ।

ତେବେ ଏହି ସମ୍ମେଟିଭ୍-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ କମିଥିବା ବେଳେ ଯଥାସମ୍ଭବ ଅଫ୍ଲାଇନ୍ରେ ପରୀକ୍ଷା ହୋଇପାରେ। ସେହିପରି ନିଜ ସ୍କୁଲରେ ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ବିଗତ ୨ ବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ।
ପ୍ରଥମ ପଦ୍ଧତି- ସମ୍ମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ। ୨ୟ ପଦ୍ଧତି- ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ସେହିପରି ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ୍-୧ରୁ ୩୦%, ସମ୍ମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ। ଯେଉଁ ଆସେସ୍ମେଣ୍ଟରେ ଅଧିକ ମାର୍କ ଥିବ ତାହା ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।












Click it and Unblock the Notifications