ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ
Odisha Matric Exam Result Out: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ଚଳିତବର୍ଷ ପାସ୍ ହାର ୯୬.୦୭% । ତେବେ ଚଳିତ ଥର ଛାତ୍ରଙ୍କ ତୁଳନାରେ ଛାତ୍ରୀ ବାଜି ମାରିଛନ୍ତି। ଝିଅଙ୍କ ମାସ ହାର ୯୭.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି ।

ଦିନ ୧୧.୩୦ ସୁଦ୍ଧା ଛାତ୍ରଛାତ୍ରା ମାନେ ୱେବସାଇଟରେ ଯାଇ ନିଜ ରେଜଲ୍ଟ ଦେଖିପାରିବେ । bseodisha.in ରେ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ । ସେହିପରି ଇଣ୍ଟରନେଟ୍ ସୁବିଧା ନଥିଲେ ମୋବାଇଲରେ OR10 ସ୍ପେସ୍ ନଂ ରୋଲ୍ ନଂ ଟାଇପ କରି ୫୬୭୬୭୫୦ରେ ମେସେଜ କରି ମଧ୍ୟ ନିଜ ପରୀକ୍ଷାଫଳ ଜାଣିପାରିବେ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ ।
ସୂଚନାଥାଉ ଯେ, ଚଳିତ ବର୍ଷ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହୋଇଥିଲା । ମାଟ୍ରିକରେ ୫୧ ଲକ୍ଷ ୪୧ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ ।
ସେହିପରି ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ।












Click it and Unblock the Notifications