ବିଧାନସଭାରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ତାତି: ଗଣଶିକ୍ଷା ମନ୍ତ୍ରୀ କହିଲେ, ପ୍ରଶ୍ନପତ୍ର ଲିକ୍ ନେଇ କୌଣସି ସତ୍ୟତା ନାହିଁ
କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ଜବାବ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇନି । କେବଳ ମୁଦ୍ରଣ ଜନିତ ତ୍ରୁଟି ଥିଲା ।

ଭୁବନେଶ୍ବର: ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସେପଟେ ଆଜି ବିଧାନସଭାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ପ୍ରଶ୍ନକାଳରେ ବିଜେପି ପକ୍ଷରୁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଗୃହରେ ଭାଇରାଲ ପ୍ରଶ୍ନପତ୍ର ଦେଖାଇ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ସରକାର ବୋଲି ଗୃହରେ ନାରାବାଜି କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଏନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବି କରି ଗୃହରେ ହଟଗୋଳ କରିଥିଲେ ବିରୋଧୀ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।
ସେପଟେ କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ଜବାବ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇନି । କେବଳ ମୁଦ୍ରଣ ଜନିତ ତ୍ରୁଟି ଥିଲା । ପୁରୀ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ସାମାନ୍ୟତମ ସତ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ଏଭଳି ପ୍ରସଙ୍ଗ ଉଠାଇ ନାରାବାଜି କରୁଥିବା କହିଛନ୍ତି ମନ୍ତ୍ରୀ ।












Click it and Unblock the Notifications