ନକଲି ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ କହିଲେ, ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ
ସୋସିଆଲ ମିଡିଆରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି ।

ଭୁବନେଶ୍ୱର: ସୋସିଆଲ ମିଡିଆରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି । କିଛି ଲୋକ ଦଲାଲି କରିବା ପାଇଁ ପ୍ରଶ୍ନପତ୍ର ଭାଇରାଲ କରୁଛନ୍ତି । ତେବେ ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ, ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ ପରାମର୍ଶ ଦୋଇଛନ୍ତି । କହିରଖୁ କି ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ।
ଏଥର ପ୍ରାୟ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଉଛନ୍ତି । କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ । ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।
ଅନ୍ୟପଟେ ଶିକ୍ଷାବିଭାଗରେ ଖାଲି ପଦବୀ ପୂରଣ ପ୍ରସଙ୍ଗରେର ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଏବଂ ହାଇସ୍କୁଲ ମିଶାଇ ପାଖାପାଖି ୪୦ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଛି । ସିବିଟି ମାଧ୍ୟମରେ ଚୟନ କରାଯିବ ।












Click it and Unblock the Notifications