ମୁଖ୍ୟମନ୍ତ୍ରୀ ନ ଆସିଲେ, ମୁଁ ଆତ୍ମହତ୍ୟା କରିବି: ମୁକ୍ତିକାନ୍ତ
ରାଜଧାନୀ ଶିଶୁଭବନ ଛକରେ ହାଇଡ୍ରାମ । ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ତେବେ ଏହି ଯୁବକ ଜଣଙ୍କ ହେଲେ ମୁକ୍ତିକାନ୍ତ ବିଶ୍ବାଳ ।
ଭୁବନେଶ୍ୱର: ରାଜଧାନୀ ଶିଶୁଭବନ ଛକରେ ହାଇଡ୍ରାମ । ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ତେବେ ଏହି ଯୁବକ ଜଣଙ୍କ ହେଲେ ମୁକ୍ତିକାନ୍ତ ବିଶ୍ବାଳ । ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନ ପାରିବା ପରେ ଏମିତି ଅଭିନବ ପ୍ରତିବାଦ କରିଛନ୍ତି ମୁକ୍ତିକାନ୍ତ ।

ତେବେ ଘଟଣାରେ ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ ହେଲାଣି । ଯୁବକଙ୍କୁ ବିଜ୍ଞାପନ ହୋର୍ଡିଂ ତଳକୁ ଆଣିବାରେ ବିଫଳ ହୋଇଛି । ଏବେ ଯୁବକ ଜଣଙ୍କ ତାଙ୍କ ସହଯୋଗୀ ମଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଷ୍ଟେଟମେଣ୍ଟ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭେଟିବା ପାଇଁ ଅଫିସିଆଲ ଷ୍ଟେଟମେଣ୍ଟ ନ ଦେଲେ ସେ ଆତ୍ମହତ୍ୟାର ଧମକ ଦେଇଛନ୍ତି ।
ସୂଚନାଥାଉ କି, ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲକୁ କାନ୍ଧରେ ବୋହି ଚାଲିଚାଲି ଆସି ଭୁବନେଶ୍ୱର ପହଞ୍ଚିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାରେ ସେ ବିଫଳ ହେବା ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ଯିବା ବେଳେ ଶିଶୁ ଭବନ ଛକଠାରେ ପୁଲିସ ତାଙ୍କୁ ଅଟକାଇଥିଲା। ତେଣୁ ମୁକ୍ତିକାନ୍ତ ସେହିଠାରେ ଧାରଣାରେ ବସି ରହିଛନ୍ତି। ନଭେମ୍ବର ୧୬ ତାରିଖରୁ ପଦଯାତ୍ରାରେ ବାହାରିଥିବା ମୁକ୍ତିକାନ୍ତ ୨୮ଦିନ ପରେ ଭୁବନେଶ୍ବରେ ପହଞ୍ଚିଥିଲେ।












Click it and Unblock the Notifications