ସାପ କାମୁଡ଼ିଲା ବୋଲି… ନାଗ ସାପକୁ କାମୁଡ଼ି କାମୁଡ଼ି ମାରି ଦେଲେ ଯୁବକ
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦରଡ଼ାର ଜଣେ ଯୁବକଙ୍କୁ ବିଷାକ୍ତ ଗୋଖର ସାପ କାମୁଡ଼ିବାରୁ ସେ ରାଗରେ ସାପଟିକୁ କାମୁଡ଼ି ମାରି ଦେଇଥିଲେ। ତା ପରେ ମଲାସାପକୁ ବେକରେ ପକାଇ ବଜାରରେ ବୁଲିଥିଲେ।
ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦରଡ଼ାର ଜଣେ ଯୁବକଙ୍କୁ ବିଷାକ୍ତ ଗୋଖର ସାପ କାମୁଡ଼ିବାରୁ ସେ ରାଗରେ ସାପଟିକୁ କାମୁଡ଼ି ମାରି ଦେଇଥିଲେ। ତା ପରେ ମଲାସାପକୁ ବେକରେ ପକାଇ ବଜାରରେ ବୁଲିଥିଲେ। ଯୁବକଙ୍କ ଏଭଳି ପାଗଳାମି ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ମଙ୍ଗଳବାର ଦିନ ଦରଡ଼ା ଗ୍ରାମର ସଲିମ୍ ନାମକ ଜଣେ ଯୁବକ ବିଲକୁ ଚାଷ ଜମି ଦେଖିବାକୁ ଯାଇଥିଲେ। ବିଲ ହିଡରେ ତାଙ୍କୁ କିଛି କାମୁଡିବା ଭଳି ଲାଗିବାରୁ ସେ କଙ୍କଡା ଭାବି ସାପର ମୁଣ୍ଡକୁ ଧରିଥିଲେ। ସାପଟି ହାତରେ ଗୁଡା଼ଇ ହୋଇ ଯିବାରୁ ସଲିମ ସାପର ବେକକୁ କାମୁଡ଼ି ଥିଲେ। ଫଳରେ ଘଟଣା ସ୍ଥଳରେ ସାପଟି ମରି ଯାଇଥିଲା। ସଲିମ ସାପକୁ ବେକରେ ଗୁଡ଼ାଇ ସାଇକେଲ ଯୋଗେ ବଜାର ଦେଇ ଗ୍ରାମକୁ ଆସିଥିଲେ। ମଲାସାପକୁ ବେକରେ ଗୁଡ଼ାଇ ସଲିମ ସ୍ଥାନୀୟ ବଜାରରେ ବୁଲିଥିବା ବେଳେ ଏଭଳି କାରନାମା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
ସଲିମ ନିଜକୁ ତାନ୍ତ୍ରିକ କହିବା ସହ ଡାକ୍ତରଖାନା ନଯାଇ ନିଜେ ନିଜର ଝଡ଼ାଫୁଙ୍କା କରୁଥିବା ଦେଖାଯାଇଛି। ଏଭଳି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।












Click it and Unblock the Notifications