Get Updates
Get notified of breaking news, exclusive insights, and must-see stories!

ମେଡିକାଲ ଛାତରୁ ଡେଇଁ ଯୁବକ ଗୁରୁତର

ପ୍ରଥମେ ନିଜ ବେକ କାଟିଥିଲେ ପରେ ପୁଣି ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁର୍ଲା ଭୀମସାର୍ ରେ। ଭୀମ୍‌ସାର ଛାତରୁ ଡେଇଁ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ବିଜେପୁର ଭାଟିଗାଓଁ ର ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲଟିରେ ଭର୍ତ୍ତି କରାଯାଇଛି।

vimsar

ଗତକାଲି ଯୁବକ ଜଣକ କୌଣସି କାରଣରୁ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଆଜି ସକାଳୁ ତାଙ୍କୁ ଭୀମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କୁ ଇଏନ୍‌ଟିରେ ଭର୍ତ୍ତି କରାଯାଇଥିଲା। ପରେ ସର୍ଜରୀ ଓ୍ବାର୍ଡ କୁ ପଠାଯାଇଥିଲା। ହେଲେ ଏକାକୀର ସୁଯୋଗ ନେଇ ସେ ମେଡିକାଲର ପ୍ରଥମ ମହଲାରୁ ଡେଇଁ ପଡିଥିଲେ। ତେବେ କଣ ପାଇଁ ସେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+