ଆସୁଛି ଦୁଇଟି ଲଘୁଚାପ, ୫ରୁ ବଢିବ ବର୍ଷାର ପରିମାଣ

Odisha Weather Update : ଆସୁଛି ଦୁଇଟି ଲଘୁଚାପ, ୫ରୁ ବଢିବ ବର୍ଷାର ପରିମାଣ,ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ,Odisha Low Pressure Updates

ଭୁବନେଶ୍ୱର: ଆଗକୁ ଆସୁଛି ଦୁଇଟି ଲଘୁଚାପ । ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଏଥିମଧ୍ୟରୁ ଆଜି ଅର୍ଥାତ୍ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ । ସେହିପରି ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ସୃଷ୍ଟି ସମ୍ଭାବନା । ଯାହା ପ୍ରଭାବରେ ରାଜ୍ୟରେ ୫ ତାରିଖରୁ ବଢିବ ବର୍ଷାର ପରିମାଣ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି ।

Weather Update

ସେପଟେ ଦୁର୍ବଳ ମୌସୁମୀ ଓ ମେଘମୁକ୍ତ ଆକାଶ ପାଇଁ ରାଜ୍ୟରେ ତାପମାତ୍ରା ବଢୁଛି । ଶୁଖିଲା ପାଗ ପାଇଁ ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି । ଆସନ୍ତା ୩ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ । ବର୍ତ୍ତମାନ ରାଜ୍ୟର ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ରୁ ଅଧିକ ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି

ତେବେ ଜୁନ ୧ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ୬% ଅଧିକ ବର୍ଷା ହୋଇଛି । ଏହି ସମୟରେ ୬ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେଇଥିବା ବେଳେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣମୁଁହା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+