ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନୀତିକାନ୍ତି ଆରମ୍ଭ
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗତ ୩ ଦିନ ଧରି ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଥିଲେ ପ୍ରଭୁ ଲିଙ୍ଗରାଜ । ଆଜି ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ପରେ ନୀତିକାନ୍ତି ପାଇଁ ବାହାରିଛ
ଭୁବନେଶ୍ୱର: ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗତ ୩ ଦିନ ଧରି ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଥିଲେ ପ୍ରଭୁ ଲିଙ୍ଗରାଜ । ଆଜି ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ପରେ ନୀତିକାନ୍ତି ପାଇଁ ବାହାରିଛି ସମାଧାନର ବାଟ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି ।

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି । ନୂଆ ବର୍ଷ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ଦେଖା ଦେଇଥିଲା ବିବାଦ । ପରେ ମହାପ୍ରଭୁଙ୍କ ୩ ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା ।
ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଲଗାତାର ତିନି ଦିନ ହେଲା ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ୩ଦିନ ହେଲା ସମସ୍ତ ନୀତିକାନ୍ତି ବନ୍ଦ ରହିବାକୁ ବିରୋଧ କରିଥିଲେ ସେବା ପ୍ରତିନିଧି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କରି ସେବା ପ୍ରତିନିଧି ଧାରଣା ଦେଇଥିଲେ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣି ସରିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି। ଏଣିକି ପ୍ରତି ମାସରେ ଥରେ ମିଟିଂ କରି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।












Click it and Unblock the Notifications