Get Updates
Get notified of breaking news, exclusive insights, and must-see stories!

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ୫୯.୭୨% ମତଦାନ

Odisha Lok Sabha Election 2024: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍ ୫୯.୭୨% ମତଦାନ ହୋଇଛି । ସେହିପରି ଭୁବନେଶ୍ୱରରେ ୫୩.୫୪ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୧.୧୭% ଏବଂ ସମ୍ବଲପୁରରେ ୬୬.୬୭% ମତଦାନ ହୋଇଛି ।

Odisha Lok Sabha Election 2024

ଇଭିଏମରେ ସିଲ ହେଲା ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ସରିଛି ମତଦାନ।

May 25, 2024, 9:41 pm IST

ସମସ୍ତଙ୍କୁ ଧନ୍ୟବାଦ

ରାଜ୍ୟରେ ସରିଲା ତୃତୀୟ ପର୍ଯ୍ୟାୟ ମତଦାନ । ଲାଇଭ ଅପଡେଟ୍ ପାଇଁ ୱାନଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରହି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।
May 25, 2024, 8:39 pm IST

ଷଷ୍ଠ ପର୍ଯ୍ୟାୟରେ ୫୯% ମତଦାନ, ସବୁଠୁ ଆଗରେ ପଶ୍ଚିମବଙ୍ଗ

ଷଷ୍ଠ ପର୍ଯ୍ୟାୟରେ ୫୯% ମତଦାନ, ସବୁଠୁ ଆଗରେ ପଶ୍ଚିମ ବଙ୍ଗ ବଙ୍ଗଳା ଭୋଟରଙ୍କ ମତଦାନ ଆପରେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗ ୭୮% ରୁ ଅଧିକ ଭୋଟ୍ ଗହଣ ସହିତ ରହିଛି ସବୁଠୁ ଆଗରେ ।
May 25, 2024, 6:30 pm IST

ସଂନ୍ଧ୍ୟା ୫ଟା ସୁଦ୍ଧା ଦେଶରେ ୫୭% ମତଦାନ

ସଂନ୍ଧ୍ୟା ୫ଟା ସୁଦ୍ଧା ଦେଶରେ ୫୭% ମତଦାନ ହୋଇଛି । ବିହାର- ୫୨.୨୪% ହରିୟାଣା -୫୫.୯୩% ଜାମ୍ମୁ-କାଶ୍ମୀର -୫୧.୩୫% ଝାଡଖଣ୍ଡ -୬୧.୪୧% ଦିଲ୍ଲୀ-୫୩.୭୩% ଓଡିଶା -୫୯.୬୦% ଉତ୍ତରପ୍ରଦେଶ -୫୨.୦୨% ପଶ୍ଚିମବଙ୍ଗ -୭୭.୯୯%
May 25, 2024, 6:17 pm IST

୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୬୫.୧୯, କଟକରେ ୫୩.୧୪, ଢେଙ୍କାନାଳରେ ୫୮.୬୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ ,‌ କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି।
May 25, 2024, 5:55 pm IST

ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ

ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ।
May 25, 2024, 5:28 pm IST

ଭୋଟ ଦେଲେ ଧର୍ମେନ୍ଦ୍ର

ଭୋଟ ଦେବା ପରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା । କହିଲେ, ଭୋଟରଙ୍କ ମୁଡ୍ କହୁଛି ପରିବର୍ତ୍ତନ ହେବ । ବିଜେପି ଓଡିଶାରେ ବହୁମତ ପାଇବ ।
May 25, 2024, 4:52 pm IST

'୧୫୦ ଆସନ ପାର କରିପାରିବ ନାହିଁ ବିଜେପ'

କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି, "ମୁଁ ଗଣତନ୍ତ୍ରର ଏହି ପର୍ବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି । ବିଜେପି ଚଳିତ ନିର୍ବାଚନରେ ୧୫୦ ଟି ଆସନ ଅତିକ୍ରମ କରିପାରିବ ନାହିଁ । ଦେଶରେ ରୋଜଗାରର ଆବଶ୍ୟକତା ରହିଛି, ମୁଦ୍ରାସ୍ଫୀତିରୁ ମୁକ୍ତି ଆବଶ୍ୟକ, ଏକ ଶକ୍ତିଶାଳୀ ଅର୍ଥନୀତି ଆବଶ୍ୟକ, ଘୃଣା ରାଜନୀତିର ସମାପ୍ତି ଆବଶ୍ୟକ ... ଭୋଟରମାନେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ରଣଦୀପ ସିଂ ସୁରଜେୱାଲା ।
May 25, 2024, 4:41 pm IST

୪ ଜୁନ୍‌ରେ ହେବ ୪୦୦ ପାର୍‌

ରାଜସ୍ଥାନ ସିଏମ ଭଜନଲାଲ ଶର୍ମା କହିଛନ୍ତି, "ମୁଁ ଯେଉଁ ଭଳି ଭାବରେ ସାରା ଦେଶ ଭ୍ରମଣ କରିଛି, ମୁଁ କହିପାରେ ଯେ '୪ ଜୁନ୍ ରେ ବିଜେପି ୪୦୦ ଅତିକ୍ରମ କରିବ' .. ଲୋକମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ଅଛି ।
May 25, 2024, 4:26 pm IST

ଅଜୟ ମାକେନଙ୍କ ବୟାନ, କହିଲେ ସମସ୍ତେ ଇଣ୍ଡିଆ ମେଣ୍ଟ ସପକ୍ଷରେ ଭୋଟ୍ ଦେଉଛନ୍ତ

କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି, "ପରିବେଶ ବହୁତ ଭଲ ରହିଛି । ସମସ୍ତେ ଇଣ୍ଡିଆ ମେ ସପକ୍ଷରେ ଭୋଟ୍ ଦେଉଛନ୍ତି ...
May 25, 2024, 4:18 pm IST

ଦେଶରେ ଦିନ ୩ଟା ସୁଦ୍ଧା ମୋଟ ୪୯.୨୦% ମତଦାନ

ଦେଶରେ ୫୮ ଟି ଆସନରେ ମତଦାନ ଜାରି ରହିଛି, ଦିନ ୩ଟା ସୁଦ୍ଧା ଦେଶରେ ହୋଇଛି ୪୯.୨୦% ଭୋଟ୍ । ଲୋକସଭା ନିର୍ବାଚନ ୨୦୨୪ ର ଷଷ୍ଠ ପର୍ଯ୍ୟାୟରେ ୬ ଟି ରାଜ୍ୟ ଏବଂ ୨ ଟି ୟୁନିଅନର ୫୮ ଟି ସିଟ୍ ପାଇଁ ଭୋଟ୍ ଚାଲିଛି । ଅପରାହ୍ନ ୩ ଟା ସୁଦ୍ଧା ଦେଶରେ ୪୯.୨୦% ମତଦାନ ଗ୍ରହଣ ହୋଇଛି । ବିହାରରେ ୪୫.୨୧%, ହରିୟାଣାରେ ୪୬.୨୬%, ଜାମ୍ମୁ କାଶ୍ମୀରରେ ୪୪.୪୧%, ଝାଡଖଣ୍ଡରେ ୫୪.୩୪%, ଦିଲ୍ଲୀରେ ୪୪.୫୮%, ଓଡିଶାରେ ୪୮.୪୪%, ଉତ୍ତରପ୍ରଦେଶରେ ୪୩.୯୫% ଏବଂ ପଶ୍ଚିମବଙ୍ଗରେ ୭୦.୧୯% ମତଦାନ ଗ୍ରହଣ ହୋଇଛି ।
May 25, 2024, 4:09 pm IST

ଭୋଟ ଦେଲେ ଭର୍ତ୍ତୃହରି ମହାତାବ

ପରିବାର ସହ ଆସି ଭୋଟଦେଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହାତାବ ।
May 25, 2024, 4:07 pm IST

ଅପରାହ୍‌ଣ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

ଆଜି ଅପରାହ୍‌ଣ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳ ଜିଲ୍ଲାରେ ୫୩.୧୩ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକ ଜିଲ୍ଲାରେ ୪୨.୧୧%, ଦେବଗଡ଼ରେ ୫୬%, ‌‌ଢେଙ୍କାନାଳରେ ୪୭.୮୯%, କେନ୍ଦୁଝରରେ ୫୩.୬୧%, ଖୋର୍ଦ୍ଧାରେ ୪୩.୩୭%, ମୟୂରଭଂଜରେ ୫୧.୦୫%, ନୟାଗଡ଼ରେ ୪୬.୭୬% ଭୋଟିଂ ହୋଇଛି।
May 25, 2024, 4:06 pm IST

ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ
May 25, 2024, 4:02 pm IST

ଭୋଟ ଦେଲେ ପୃଥୀବଲ୍ଲଭ ପଟ୍ଟନାୟକ

ଭୋଟ ଦେଲେ ବେଗୁନିଆ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ପୃଥୀବଲ୍ଲଭ ପଟ୍ଟନାୟକ । ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇଦେଲେ ଭୋଟ ।
May 25, 2024, 3:59 pm IST

ବିଜେପି ପ୍ରାର୍ଥୀଙ୍କ କନଭେ ଉପରକୁ ହେଲା ପଥର ମାଡ଼

ପଶ୍ଚିମବଙ୍ଗର ଝାରଗ୍ରାମରୁ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ କନଭେ ଉପରକୁ ପଥର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ଏହି ପଥର ଫିଙ୍ଗିବାରେ ତାଙ୍କ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ।
May 25, 2024, 3:31 pm IST

ଭୋଟ ଦେଲେ ମନ୍ମଥ

ନିଜ ଗାଁକୁ ଯାଇ ଭୋଟ ଦେଲେ, ମତଦାନ ପାଇଁ ଲୋକଙ୍କୁ ଅପିଲ କଲେ ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ।
May 25, 2024, 3:23 pm IST

ଅରବିନ୍ଦର ସିଂ ଲଭଲିଙ୍କ ପ୍ରତିକ୍ରିୟା

ବିଜେପି ନେତା ଅରବିନ୍ଦର ସିଂ ଲଭଲି କହିଛନ୍ତି ଯେ ମୁଁ ଗଣତନ୍ତ୍ରର ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରୁଛି । ପିଏମ ମୋଦୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ମନରେ ଯେଉଁଭଳି ଉତ୍ସାହ ଭରି ରହିଛି ମୁଁ ଏହା ପୂର୍ବରୁ ଦେଖି ନାହିଁ । ଦେଶର ବିକାଶ ପାଇଁ ଲୋକମାନେ ଭୋଟ୍ ଦେଉଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ।
May 25, 2024, 3:05 pm IST

ବାଙ୍କୀ ବଳଭଦ୍ରପୁର ୨୧ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଅସୁସ୍ଥ

ବାଙ୍କୀ ବଳଭଦ୍ରପୁର ୨୧ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଅସୁସ୍ଥ ଡ୍ୟୁଟି ବେଳେ ଅସୁସ୍ଥ ହେଲେ ପ୍ରିଜାଇଡିଂ ଅଫିସର । ପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । କିଛି ସମୟ ପାଇଁ ମତଦାନ ହୋଇଥିଲା ପ୍ରଭାବିତ, ବିକଳ୍ପ ବ୍ୟବସ୍ଥା ପରେ ଭୋଟିଂ ହୋଇଛି ଆରମ୍ଭ
May 25, 2024, 3:02 pm IST

ଦିନ ୧ଟା ସୁଦ୍ଧା ୩୩.୫୫%

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି,ଦିନ ୧ଟା ସୁଦ୍ଧା ୩୩.୫୫% ମତଦାନ ସୂଚନା
May 25, 2024, 2:35 pm IST

ଭୋଟ ଦେଲେ କୁମାରୀ ଶୈଲଜା

ସିରସା ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ କୁମାରୀ ଶୈଲଜା ତାଙ୍କ ଭୋଟ୍ ଦେଇଛନ୍ତି । ସେ ଭୋଟ ଦେବା ପରେ କହିଛନ୍ତି, "ଲୋକମାନେ କଂଗ୍ରେସ ଏବଂ ମିଳିତ ମଞ୍ଚ ଆଡକୁ ଆକୃଷ୍ଠ ହୋଇଛନ୍ତି । ଲୋକମାନେ ବିକଳ୍ପ ଖୋଜୁଛନ୍ତି । ଲୋକମାନେ ସେମାନଙ୍କର (ବିଜେପି) ବାସ୍ତବତା ଜାଣିଛନ୍ତି । ହରିୟାଣାରେ ବେକାରୀ ସମସ୍ୟା ଏକ ବଡ ପ୍ରସଙ୍ଗ ହୋଇ ଉଭା ହୋଇଛି ବୋଲି କହିଛନ୍ତି ଶୈଲଜା । "
May 25, 2024, 2:10 pm IST

ବିଜେପି ପ୍ରାର୍ଥୀଙ୍କ ଅଭିଯୋଗ

ପଶ୍ଚିମବଙ୍ଗର ମେଦିନାପୁରରୁ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ ଅଭିଯୋଗ କରିଛନ୍ତି ଯେ ବିଜେପି ଏଜେଣ୍ଟମାନଙ୍କୁ ମତଦାନ ବୁଥକୁ ଯିବାକୁ ଦିଆଯାଉ ନାହିଁ ।
May 25, 2024, 2:00 pm IST

୧ ଟା ସୁଦ୍ଧା ୩୯.୧୩% ଭୋଟ୍‌

ଷଷ୍ଠ ପର୍ଯ୍ୟାୟରେ ଦେଶର ୫୮ ଟି ଆସନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟାହ୍ନ ୧ ଟା ସୁଦ୍ଧା ହୋଇଛି ୩୯.୧୩% ଭୋଟ୍ ଗ୍ରହଶ ହୋଇଛି ।
May 25, 2024, 1:50 pm IST

ଦିନ 1 ଟା ପର୍ଯ୍ୟନ୍ତ 39.13% ମତଦାନ

ପଶ୍ଚିମବଙ୍ଗରେ ସର୍ବାଧିକ 54.80 ପ୍ରତିଶତ ମତଦାନ ହୋଇଛି । ଉତ୍ତରପ୍ରଦେଶରେ 37.23 ପ୍ରତିଶତ, ବିହାରରେ 36.48 ପ୍ରତିଶତ, ଝାଡଖଣ୍ଡରେ 42.54 ପ୍ରତିଶତ, ହରିୟାଣାରେ 36.48 ପ୍ରତିଶତ, ଦିଲ୍ଲୀରେ 34.37 ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀରର ଅନନ୍ତନାଗ ରଜୋରୀରେ 35.22 ପ୍ରତିଶତ ମତଦାନ ହୋଇଛି।
May 25, 2024, 1:40 pm IST

ଭୋଟ୍ ଦେଲେ ନୁପୁର ଶର୍ମା

ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ।
May 25, 2024, 1:35 pm IST

ମତଦାନ ପରେ ମା ସୋନିଆଙ୍କ ସହ ସେଲଫି ନେଲେ ରାହୁଲ

ମତଦାନ ପରେ ମା ସୋନିଆଙ୍କ ସହ ସେଲଫି ନେଲେ ରାହୁଲ ଗାନ୍ଧୀ ।
May 25, 2024, 1:22 pm IST

ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସ

ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସ , ପଶ୍ଚିମବଙ୍ଗର ମେଦିନାପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ଏବଂ ଟିଏମସି କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ।
May 25, 2024, 1:03 pm IST

କେଜ୍ରିୱାଲଙ୍କ ସମର୍ଥନରେ ପାକିସ୍ତାନ ମନ୍ତ୍ରୀ

କେଜ୍ରିୱାଲଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ ମନ୍ତ୍ରୀ ସେୟାର କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଫୋଟ ।
May 25, 2024, 12:56 pm IST

ଭୋଟର ଲିଷ୍ଟରେ ନାହିଁ ନାଁ, ବୁଥରେ ଶୋଇଲେ ମତଦାତା

ଭୋଟର ଲିଷ୍ଟରେ ନାହିଁ ନାଁ, ବୁଥରେ ଶୋଇଲେ ମତଦାତା
May 25, 2024, 12:48 pm IST

ରାଜ୍ୟରେ ଦେବଗଡ଼ରେ ସର୍ବାଧିକ ୨୪% ଭୋଟିଂ ହୋଇଛି

ରାଜ୍ୟରେ ଦେବଗଡ଼ରେ ସର୍ବାଧିକ ୨୪% ଭୋଟିଂ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨%, କେନ୍ଦୁଝରରେ ୨୦.୮୪ ପ୍ରତିଶତ, ଖୋର୍ଦ୍ଧାରେ ୨୧.୬୧ ପ୍ରତିଶତ. ମୟୂରଭଞ୍ଜରେ ୨୧.୨୪%, ନୟାଗଡ଼ରେ ୧୯.୩୦%, ପୁରୀରେ ୨୧.୬୪%, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି ।
May 25, 2024, 12:28 pm IST

ସକାଳ ୧୧ଟା ସୁଦ୍ଧା ୨୧.୩୧% ମତଦାନ

ସକାଳ ୧୧ଟା ସୁଦ୍ଧା ୨୧.୩୧% ମତଦାନ
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+